ପୁରପଲ୍ଲୀରେ ରାମ ନବମୀ ପାଳିତ

0 109

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଜାର ଛକ ନିକଟରେ ଥିବା ରାମନବମୀରେ ସକାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତମାନେ ନଡ଼ିଆ, କଦଳୀ,ଧୂପ ଦୀପ ଧରି ପୂଜାର୍ଚ୍ଚନା କରିଥିଲେ । ସେହିଭଳି ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ରାମ ମନ୍ଦିରରେ ଓ ସହରର ଦିବ୍ୟ ଜୀବନ ସଙ୍ଘ ପକ୍ଷରୁ ଶ୍ରୀରାମ ଚରିତ ମାନସ ହୋମଯଜ୍ଞ ହୋଇଥିଲା । ଆଖପାଖ ପୁରପଲ୍ଲୀରୁ ବହୁ ଭକ୍ତ ଏହି ହୋମଯଜ୍ଞରେ ସାମିଲ ହୋଇ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଆଶୀର୍ବାଦ ନେଇଥିଲେ । ଏହି ବର୍ଷ ବହୁ ଆଡମ୍ବରରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି ।

hiring
hiranchal ad1
Leave A Reply

Your email address will not be published.

12 + 17 =