ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଯନ୍ତ୍ରଣା, ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ କଲେ ଆକୁଳ ନିବେଦନ

0 142

ନୂଆପଡା : ପୁଣି ଆନ୍ଧ୍ରରେ ଓଡିଆ ଶ୍ରମିକ ଦମ୍ପତିଙ୍କୁ ନିର୍ଯାତନା । ସ୍ୱାସ୍ଥ୍ୟାବସ୍ଥା ଖରାପ ସତ୍ତେ୍ୱ ଜବରଦସ୍ତି କାମ କରାଇବା ସହ ମନା କଲେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଉକ୍ତ ଦମ୍ପତି । ଏକ ଭିଡିଓ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରି ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ସୂଚନା ମୁତାବକ ନୂଆପଡା ଜିଲ୍ଲା ବୋଡେ଼ନ ଥାନା ସର୍ଗିଗୁଡ଼ାର ଟିକଚନ ଦୀପ ଏବଂ ତାଙ୍କ ସ୍ତ୍ରୀ ଆନ୍ଧ୍ରପ୍ରଦେଶର ଅଙ୍କିରିଡୁଡାମ ଅଞ୍ଚଳରେ ଆଜିକୁ ୬ ମାସ ହେଲା ଇଟା ଭାଟିରେ କାମ କରୁଛନ୍ତି । ହେଲେ କିଛି ଦିନ ହେବ ସ୍ୱାମୀଙ୍କ ଦେହ ଖରାପ ହେବାରୁ କାମକୁ ନ ଯିବାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ସେଠାକାର ମୁନସୀ ଏବଂ ସେଟ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଭିଡିଓ ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଶ୍ରମିକ ଦମ୍ପତି ଏବଂ ପ୍ରଶାସନକୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି ।

hiring

hiranchal ad1
Leave A Reply

Your email address will not be published.

ten + fifteen =