ଜିଲା ପ୍ରେସ କ୍ଳବଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

0 68

ଫୁଲବାଣୀ : ଭାଷା ଆନ୍ଦୋଳନ କନ୍ଧମାଳ ପକ୍ଷରୁ ଜିଲା ପ୍ରେସ କ୍ଳବ ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ବରିଷ୍ଠ ନାଗରିକ ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭାଷା ଆନ୍ଦୋଳନର ଆବାହକ ଅଶୋକ ପରିଡା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଫୁଲବଣୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡ. ସୁଜିତ ପଣ୍ଡା ଓ ଅଧ୍ୟାପକ ଦୁଷ୍ମନ୍ତ କୁମାର ମାର୍ଥା ଯୋଗଦେଇ ମାତୃଭାଷା ଦିବସ ପାଳନର ଇତିବୃତ୍ତି ଓ ଓଡିଆ ଭାଷାର ଐତିହ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବାଂଲାଦେଶର ଢାକାଠାରେ ପ୍ରଥମେ ମାତୃଭାଷା ଦିବସ ପାଳିତ ହୋଇଥିଲା । ମାଆର ଭାଷା ଶିଶୁ ପାଇଁ ହିଁ ମାତୃଭାଷା । ଭାଷା ଭାବ ପ୍ରକାଶର ମାଧ୍ୟମ । ଭାଷା ଆମ ଭାବର ବାହକ, ଆମର ଅସ୍ମିତାଭାବେ ବର୍ଣ୍ଣନା କରିଥିଲେ ଅନ୍ୟତମ ସାହିତ୍ୟିକ ତଥା ଜିଲା ଲେଖକ ସାମ୍ମୁଖ୍ୟର ସଭାପତି ରବୀନ୍ଦ୍ର ନାଥ ମିଶ୍ର । ଅନ୍ୟ ମାନଙ୍କ ମଧ୍ୟରେ ଡ. ନୃସିଂହାନନ୍ଦ ମହାପାତ୍ର ବିତୟ ମହାନ୍ତି, ନବ କିଶୋର ରଥ, ସୋମନାଥ ସାହୁ, ରାଜ କିଶୋର ପାଢ଼ୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଇଂରେଜ ସରକାର ଆମ ଓଡ଼ିଆ ଭାଷାକୁ ନେଇ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିଥିବା ବେଳେ କୋଡ଼ିଏ ବର୍ଷର ଗଣତାନ୍ତ୍ରିକ ସରକାର ଆମ ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରୁନଥିବା ଆଲୋଚନା କରାଯାଇଥିଲା । ନବୀନ କିଶୋର ପଣ୍ଡା ମାତୃଭାଷା ଓ ମାତୃଭୂମିକୁ ଉପଯୁକ୍ତ ଗୁରୁତ୍ୱ ଦେବାକୁ ସୂଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

13 + twenty =