ଏମ୍‌ସିଡି ନିର୍ବାଚନ : ଆପ୍‌କୁ ବହୁମତ, ଦ୍ୱିତୀୟକୁ ଖସିଲା ବିଜେପି

0 64

ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍‌ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । କେନ୍ଦ୍ର ଶାସନାଧୀନ ଏନଡିଏ ସରକାରଙ୍କୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ବଡ ଝଟକା ଲାଗିଛି । ଦିଲ୍ଲୀରେ ସରକାର ଥିବା ଆମ୍‌ ଆଦ୍‌ମୀ ପାର୍ଟି ଦିଲ୍ଲୀ ମ୍ୟୁନିସିପାଲଟି ନିର୍ବାଚନରେ ବହୁମତ ହାସଲ କରିଛି । ଗତ ୧୫ ବର୍ଷ ଧରି ଏମସିଡିକୁ କବଜା କରିଥିବା ବିଜେପି ଏଥିର ଦ୍ୱିତୀୟ ସ୍ଥାନରେ ରହିଛି । ଏମସିଡି ଫଳାଫଳ ଅନୁଯାୟୀ, ଆମ୍‌ ଆଦମୀ ପାର୍ଟି ୧୩୪ ଟି ସିଟରେ ଜିତିଥିବା ବେଳେ ବିଜେପି ମାତ୍ର ୧୦୩ ଆସନରେ ସନ୍ତୁଷ୍ଟ ହୋଇଛି । ସେହିପରି କଂଗ୍ରେସକୁ ୧୦ଟି ସିଟ୍‌ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀମାନେ ୩ଟି ଆସନ ଜିତିଛନ୍ତି ।

hiranchal ad1
Leave A Reply

Your email address will not be published.

20 − five =