ବୌଦ୍ଧ: ଗତକାଲି ପଦ୍ମପୁର ଠାରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ନନ୍ଦିଘୋଷ ଟିଭିର ସାମ୍ବାଦିକ ଦେବହରି ବେହେରାଙ୍କୁ ସ୍ଥାନୀୟ ପୋଲିସଙ୍କ ଉପସ୍ଥିତିରେ ଆକ୍ରମଣ ଓ ହତ୍ୟା ଧମକ ଜନୈକି ବିଜେପି ନେତାଙ୍କ ଦ୍ୱାରା ହୋଇଥିବା ଘଟଣାକୁ ବୌଦ୍ଧ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଘୋର ନିନ୍ଦା ପ୍ରକଟ କରାଯାଇଛି । ଏହି ମର୍ମରେ ଡିଜିପିଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମିନାଙ୍କ ଜରିଆରେ ବୌଦ୍ଧ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ସଭାପତି ନରେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ବିଶି, ଉପ ସଭାପତି ସଂଜୀବ କୁମାର ମହାକୁଳ, ବୌଦ୍ଧ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ପରାମର୍ଶଦାତା ସତ୍ୟଜିତ କୁମାର ପଣ୍ଡା ଓ ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ଉପ ସଭାପତିଙ୍କ ସମେତ ବୌଦ୍ଧ ଜିଲ୍ଲା ଶାଖାର ଅନେକ ସାମ୍ବାଦିକ ବନ୍ଧୁଙ୍କ ଉପସ୍ଥିତିରେ ଆକ୍ରମଣ କାରୀଙ୍କୁ ତୁରନ୍ତ ଗିରଫ ଏବଂ ଉପସ୍ଥିତ ଥାଇ ନୀରବ ଦ୍ରଷ୍ଟା ସାଜି ଥିବା ପୋଲିସ ବିଭାଗର ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।