ସୀତା ସାଗର ପୁନଃରୁଦ୍ଧାର ହେବ କେବେ?

0 101

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ସୀତା ସାଗରଟି ଦୀର୍ଘ ବର୍ଷ ହେଲା ପୁନଃଉଦ୍ଧାର ହୋଇପାରୁ ନାହିଁ । ଯାହା ଫଳରେ ଚାଷୀଙ୍କ କ୍ଷେତକୁ ଜଳସେଚନର ସୁବିଧା ହୋଇପାରୁନାହିଁ । ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ଅମଳରେ ଖୋଳା ଯାଇଥିବା ବୃହତ ସୀତା ସାଗର ଆଜି ଶ୍ରୀହୀନ ହୋଇପଡିଛି । ୨୦୦ ହେକ୍ଟରରୁ ଅଧିକ ପରିମିତ ଜମିରେ ରହିଥିବା ଏହି ସୀତାସାଗର ତାର ତଳମୁଣ୍ଡରେ ରହିଥିବା ଚାଷ ଜମିକୁ ଜଳସେଚନ କ୍ଷେତ୍ରରେ ବର୍ଷକୁ ଟୋପାଏ ପାଣି ମଧ୍ୟ ଯୋଗାଇବାକୁ ଅସମର୍ଥ ହୋଇ ପଡିଛି । ଯେଉଁ ପ୍ରାଚୀନ ବୃହତ ସାଗର ବର୍ଷ ବର୍ଷ ଧରି ଚାଷକ୍ସମାନଙ୍କ ହଜାରରୁ ଉର୍ଦ୍ଧ୍ୱ ଚାଷ ଜମିକୁ ଜଳସେଚନ କ୍ଷେତ୍ରରେ ବର୍ଷକୁ ଦୁଇଟି ଫସଲର ପାଣି ଯୋଗାଇ ଆସୁଥିଲା । ସେହି ସାଗରଟି ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ପଙ୍କ, ମାଟି, ଘାସ, ବୁଦା ପ୍ରଭୃତି ଦଳରେ ପୋତି ହୋଇଯାଇଛି । ସୀତା ସାଗରକୁ ରକ୍ଷଣାବେକ୍ଷଣ କରାଯାଇ ପଙ୍କ ଉଦ୍ଧାର କରାଗଲେ ଚାଷୀଙ୍କ ସକାଶେ ଜଳସେଚନ ହୋଇପାରିବ ବୋଲି ଆଶା କରାଯାଉଛି । ଏଥିପ୍ରତି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଲେ ଜିଲ୍ଲାରେ ଥିବା ବିଭିନ୍ନ ସାଗର ଗୁଡିକର ରକ୍ଷଣାବେକ୍ଷଣ ଓ ପୁନଃଉଦ୍ଧାର କଲେ ଜଳ ସଞ୍ଚୟ ହୋଇ ରହିବା ସହ ଚାଷୀଙ୍କ ଚାଷ କାମରେ ସଦୁପଯୋଗ ହୋଇପାରିବ ।

hiranchal ad1
Leave A Reply

Your email address will not be published.

7 − five =