ଛାମୁଣ୍ଡିଆ ଓ ଗଣିଆ ସରପଞ୍ଚଙ୍କ ପ୍ରଚେଷ୍ଟାରେ ମାଗଣା ଚକ୍ଷୁ ଶିବିର

0 99

ଗଣିଆ: ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚଙ୍କ ପ୍ରଚେଷ୍ଟାରେ ପଞ୍ଚାୟତ କାର୍ଯ୍ୟାଳୟଠାରେ ମାଗଣା ମୋତିଆବିନ୍ଦୁ ଚିକତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଗୁଳ ସ୍ଥିତ ଲାଏନ୍ସ ଭୂମିକା ଚକ୍ଷୁ ଚିକିତ୍ସାଲୟର ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସ୍ୱର୍ଣ୍ଣପ୍ରଭା ପ୍ରଧାନଙ୍କ ସମେତ ସୁନିତା ସେଠି ଓ ରାକେଶ ମଲ୍ଲିକ ଉପସ୍ଥିତ ରହି ଚକ୍ଷୁ ରୋଗୀଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ । ଶିବିରରେ ପଞ୍ଜିକୃତ ହୋଇଥିବା ୪୬ ଜଣଙ୍କ ମଧ୍ୟରୁ ୯ ଜଣଙ୍କର ମୋତିଆବିନ୍ଦୁ ଚିକତ୍ସା କରାଯିବାପାଇଁ ଅନୁଗୁଳ ଲାଏନ୍ସ ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଛି । ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ମୋତିଆବିନ୍ଦୁ ଚିକିତ୍ସା କରାଯିବାସହ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବା ପାଇଁ ସୂଚନା ମିଳିଛି । ପ୍ରକାଶ ଥାଉକି ଛାମୁଣ୍ଡିଆ ସରପଞ୍ଚ ଦିପ୍ତୀରେଖା ସେନାପତି ଆମ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାଇ ସେ ନିର୍ବାଚନ ସମୟରେ ଅଂଚଳର ଅନେକ ଲୋକ ଚକ୍ଷୁ ସମସ୍ୟାରେ ପୀଡିତଥିବା ଦେଖିବାକୁ ପାଇଥିଲେ । ତେବେ ମାନବ ସେବାକୁ ମାଧସେବା ବୋଲି ଭାବି ନିଜ ଉଦ୍ୟମରେ ଏହି ଶିବିର ଆୟୋଜନ କରିଥିବା କହିଛନ୍ତି । ଏଥିସହ ପଞ୍ଚାୟତରେ ଦୀର୍ଘଦିନ ଧରି ଲାଗିରହିଥିବା ପ୍ରମୁଖ ସମସ୍ୟା ସ୍ୱାସ୍ଥ୍ୟ, ଶିକ୍ଷା ଓ ପାନୀୟଜଳ ସମସ୍ୟାକୁ ଦୂର କରିବାପାଇଁ ପ୍ରାଥମିକତା ଦେବେବୋଲି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆୟୋଜିତ ଚକ୍ଷୁ ଚିକିତ୍ସା ଶିବିରରେ ସମିତି ସଭ୍ୟା ସସ୍ମିତା ଦଳେଇ, ନାଏବ ସରପଞ୍ଚ ସରସ୍ୱତୀ ରାଉତଙ୍କ ସମେତ ୱାର୍ଡ ସଭ୍ୟ ସଭ୍ୟା ଓ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ । ତେବେ ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

3 + nine =