ସରକାରୀ ଯୋଜନା କାହା ପାଇଁ ? ଝାଟିମାଟି ଘରେ ବିତୁଛି ଜୀବନ

0 56

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗେରୁପଡାର ବୈରିକୁମ୍ପା ଗ୍ରାମରେ ଶୁବଳ ବେହେରା ଦୀର୍ଘ ବର୍ଷରୁ ସ୍ତ୍ରୀ ପୁଅ ଝିଅଙ୍କୁ ନେଇ ଭଙ୍ଗାରୁଜା ଘରେ ରହି ଆସୁଛନ୍ତି । ତାଙ୍କ ପାଇଁ ଭରଷା କହିଲେ ତିଆରି କରିଥିବା ଝାଟିମାଟି ଘର । ଦୀର୍ଘ ବର୍ଷ ହେବ ବୈରୁକୁମ୍ପା ଗାଁରେ ରହି ଆସୁଛନ୍ତି । କିନ୍ତୁ ଦୁଃଖ କହିଲେ ରହିବାକୁ ଘର ଖଣ୍ଡିଏ ନାହିଁ । ବହୁତ ଦିନରୁ ଭଙ୍ଗା ଘରହିଁ ସାହା ଭରଷା । ସ୍ୱାଧୀନତା ପର ଠାରୁ ଆଜି ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ରହି ଆସୁଛନ୍ତି ଭଙ୍ଗା ଝାଟିମାଟି କୁଡ଼ିଆରେ । ସରକାରଙ୍କ ଯୋଜନା ପରେ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ମିଳୁନାହିଁ ରହିବା ଭଲ ଘର ଖଣ୍ଡିଏ । ଆମେ କହୁଛୁ ବୈରିକୁମ୍ପା ଗାଁର ଶୁବଳ ବେହେରା ପରିବାରର ଏକ ଦୁଃଖ ଭରା କଥା । ତାଙ୍କ ପରିବାରର କହିଲେ ସ୍ତ୍ରୀ ଝିଅ ମିଶି ଚାରି ପରିବାର । ସାହାଭରଷା ତାଙ୍କ ପାଇଁ ଏହି ଭଙ୍ଗା କୁଡିଆ । ଦିନ ମଜୁରୀ ମୂଲ ଲାଗିବାକୁ ଯାଇ ମିଳୁଥିବା ଅର୍ଥରେ ତିଆରି କରିଥିବା ଝାଟିମାଟି ଘରରେ ବିତୁଛି ଦିନ କିନ୍ତୁ ପହଞ୍ଚି ପାରୁନାହିଁ ଘର ଖଣ୍ଡିଏ । ସରକାରୀ ସହାୟତା କହିଲେ ଚାଉଳ ମୁଠାଏ ଛଡ଼ା ଅନ୍ୟ କିଛି ପାଇପାରୁ ନାହାନ୍ତି ଶୁବଳ ବେହେରା । ପରିବାର ଲୋକ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଦୌଡୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ସବୁ ସ୍ତରରେ କେବଳ ମିଳିଛି ପ୍ରତିଶ୍ରୁତି । କିନ୍ତୁ ତାହା ଆଜି ଯାଏଁ ସଫଳ ହୋଇପାରିନି । ତେବେ ଦେଖାଯାଉ ଏହି ଗରିବ ଅସହାୟ ପରିବାର ଉପରେ କେବେ ପ୍ରଶାସନର ନଜର ପଡିବ ତାହା ବାକି ରହିଲା ।

hiranchal ad1
Leave A Reply

Your email address will not be published.

8 − 6 =