କଥାଦେଇ କଥା ରଖିଲେ ସମାଜସେବୀ ଶ୍ରୀହରି ନାୟକ

0 172

ଦଶପଲ୍ଲା : କଥାଦେଇ କଥା ରଖିଲେ ଦଶପଲ୍ଲା ଅଂଚଳର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ । ଦଶପଲ୍ଲା ଚାରିଗୋଟି ପଂଚାୟତର ତଥା ଆଦିବାସୀ ମାନଙ୍କର ଆରାଧ୍ୟାଦେବୀ ତେଣ୍ଡାବାଡି ଗ୍ରାମପଂଚାୟତର ସାକେଣୀ ( ଗୁଣ୍ଠାପାଜୁ ) ଗ୍ରାମରେ ବିରାଜିତା ମା ବାଗଦେବୀଙ୍କ ପୀଠସ୍ଥଳୀ ର ଉନ୍ନତିକରଣ ପାଇଁ ଅଳ୍ପଦିନ ତଳେ ଦଶପଲ୍ଲା ଅଂଚଳର ବିଶିଷ୍ଠ ଧର୍ମପରାୟଣ ବ୍ୟକ୍ତି ତଥା ସମାଜସେବୀ ଶ୍ରୀହରି ନାୟକ କଥା ଦେଇଥିବାବେଳେ କେତେକ ଖଳ ପ୍ରକୃତି ଓ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ଲୋକଙ୍କ କୁଚକ୍ରାନ୍ତ ଯୋଗୁଁ କାର୍ଯ୍ୟାରମ୍ଭରେ ବିଳମ୍ବ ହେଉଥିଲା । କିନ୍ତୁ ମାଙ୍କ ଅପାର କରୁଣାରୁ ଏବେ ମାଙ୍କ ଯାତ୍ରା ପଡିଆର ଉନ୍ନତିକରଣ କାର୍ଯ୍ୟ ସମାପନ ହୋଇଛି । ସମାଜସେବୀ ଶ୍ରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଟି, ମୋରମ୍‌, ବାଲି ପକାଇ ଯାତ୍ରା ପଡିଆକୁ ସମତୁଲ କରାଯାଇଛି । ମାଆଙ୍କର ବାର୍ଷିକ ପୂଜା ଓ ଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସମାପନ ହୋଇଥିବା ଯୋଗୁଁ ଅଂଚଳବାସୀ ଓ ପୂଜା କମିଟିର କର୍ମକର୍ତ୍ତା ମାନେ, ଶ୍ରୀ ନାୟକଙ୍କୁ ସାଧୁବାଦ ଜଣାଇଛନ୍ତି । ପ୍ରକାଶ ଥାଉକି, ଶ୍ରୀ ନାୟକ ଦଶପଲ୍ଲା ଅଂଚଳ ସମେତ ବୌଦ୍ଧ, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶତାଧିକ ମଠ,ମନ୍ଦିର, ଭାଗବତ ଟୁଙ୍ଗୀ ର ନବନିର୍ମାଣ କରିବା ସଂଗେ ସଂଗେ ପୁନରୁଦ୍ଧାର କରିବା ସହିତ ବିଭିନ୍ନ ଧର୍ମାନୁଷ୍ଠାନର ପୃଷ୍ଠପୋଷକତା କରି ଜଣେ ଅତ୍ୟନ୍ତ ଧର୍ମପରାୟଣ ବ୍ୟକ୍ତି ଭାବରେ ସୁ ଖ୍ୟାତି ଅର୍ଜନ କରିଛନ୍ତି । ନିକଟ ଅତୀତରେ ଶ୍ରୀ ନାୟକ ତାଙ୍କ ଧାର୍ମିକ କାର୍ଯ୍ୟ ପାଇଁ ସାଧୁସନ୍ଥ ସମାଜ ତରଫରୁ ମଣୀଭଦ୍ରା ପୀଠରେ ଧର୍ମରକ୍ଷକ ଦମ୍ପତି ଭାବରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଗତ ଦୁଇଦିନ ତଳେ ଶ୍ରୀ ନାୟକ ଦଶପଲ୍ଲାର କୈବଲ୍ୟଗିରୀ ମଠର ଉନ୍ନତିକରଣ ପାଇଁ ମଧ୍ୟ ସଂକଳ୍ପବଦ୍ଧ ହୋଇଥିବାବେଳେ କୈବଲ୍ୟଗିରୀ ମଠର ଉନ୍ନତିକରଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × three =