କଳାକାର ଚୟନରେ ଅନିୟମିତତା ଅଭିଯୋଗ ଆଣିଲେ ଆଶାୟୀ କଳାକାର

0 259

ଖପ୍ରାଖୋଲ :ଖପ୍ରାଖୋଲ ବ୍ଲକରେ କଳାକାର ଚୟନରେ ଅନିୟମିତ ହୋଇଥିବା ଅଭିଯୋଗ ଆଣିଛନ୍ତି କଳାକାରମାନେ । ସେମାନେ ଅଭିଯୋଗ କରିଛନ୍ତି ଯେଉଁମାନେ ପ୍ରକୃତରେ କଳାକାର ତାଙ୍କୁ ଚୟନ କରାନଯାଇ କଳାକାରର କ…ଅକ୍ଷର ଜଣା ନଥିବା ବ୍ୟକ୍ତିମାନଙ୍କୁ ଚୟନ କରାଯାଇ କଳାକାର ଭତ୍ତା ପ୍ରଦାନ କରାଯାଉଛି । ବ୍ଲକ ପ୍ରଶାସନ ଦ୍ୱାରା ଆୟୋଜିତ ଏକ ଚୟନ ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ସ୍ଥାନରୁ ଶତାଧିକ କଳାକାର ଆସି ଭାଗ ନେଇଥିଲେ । ଏହି ଅବସରରେ ସେମାନେ ନିଜ ନିଜର କଳା ଦେଖାଇଲେ । ସେଥିରେ କେତେକ ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିଲେ ମଧ୍ୟ କଳାକାର ଚୟନରୁ ବାଦ୍‌ ପଡିଛନ୍ତି । ଯାହାକୁ ନେଇ ସଂପୃକ୍ତ କଳାକାରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚୟନ କର୍ତ୍ତାଙ୍କ ପ୍ରିୟା ପ୍ରୀତି ତୋଷଣ ନୀତି ଯୋଗୁଁ ନିଜ ଆତ୍ମୀୟ ସ୍ୱଜନକୁ ଭତ୍ତା ପାଇଁ ଯୋଗ୍ୟ ବିବେଚିତ କରିଛନ୍ତି । ଯାହା ଫଳରେ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ମାନେ ତାତିଛନ୍ତି । କଳାକାରଙ୍କ ଅଭିଯୋଗ ଅନୁଯାୟୀ କଳା ପ୍ରତି ଅଭିଜ୍ଞତା ନଥିବା ଚୟନ କର୍ତ୍ତା ନିଜର ପଦବୀର ଅସଦୁପଯୋଗ କରିଛନ୍ତି । ଫଳରେ ସୋମବାର ଦିନ ଆସନ୍ତୁଷ୍ଟ କଳାକାର ମାନେ ଆସି ବ୍ଲକ ଅଫିସ ଘେରାଉ କରିଥିଲେ । ପ୍ରଶାସନ ପାଖରେ ପୁନଃ ଚୟନ କରିବାକୁ ଦାବି କରିଥିଲେ । ନିଜର ଅଭିଯୋଗ ପତ୍ର ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତଙ୍କୁ ପ୍ରଦାନ କରିଥିବା ବେଳେ କଳାକାର ଚୟନ କମିଟି ର ସଭାପତି ଓ ସମ୍ପାଦକଙ୍କୁ ବହିଷ୍କାର ପାଇଁ ଦାବି ପତ୍ର ଦେଇଥିଲେ । ଯାହାର ଏକକିତା ନକଲ ଉପଜିଲ୍ଲାପାଳ ପାଟଣାଗଡ, ଜିଲାପାଳ, ବଲାଙ୍ଗିରଙ୍କ ଉଦ୍ଦେଶ୍ୟ ଦେଇଥିଲେ । ଯଥା ଶୀଘ୍ର ଚୟନ ପ୍ରକ୍ରିୟାର ପୁନଃ ବିଚାର ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି କଳାକାରମାନେ କହିଥିଲେ । ଆନ୍ଦେ।।ଳନରେ ଖପ୍ରାଖୋଲ ଅଂଚଳର ବିଭିନ୍ନ ପ୍ରାନ୍ତରୁ ଶହଶହ କଳାକାର ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

5 × 5 =