ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟରେ ରବିବାର ହେବ “ସାଂସଦ ସାମନ୍ତ’ ମେଗା ସ୍ୱାସ୍ଥ୍ୟ ଶିବିର

0 175

ଫୁଲବାଣୀ : କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆସନ୍ତା ରବିବାର ଦିନ ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ(କିମ୍‌ସ)ଆନୁକୂଲ୍ୟରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ । ସକାଳ ୮ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଶିବିର ଖୋଲା ରହିବ । ଏହି ଶିବିରରେ କିମ୍ସ, ଭୁବନେଶ୍ୱରର ଡାକ୍ତର, ବିଶେଷଜ୍ଞ – ତଥା ସ୍ୱାସ୍ଥ୍ୟକର୍ମୀମାନେ ଯୋଗଦେଇ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ବଣ୍ଟନ କରିବେ ।ଏହି ଶିବିରରେ ଗ୍ୟାଷ୍ଟ୍‌ରୋଏଣ୍ଟେରୋଲୋଜି, ମେଡିସିନ୍‌, ଶିଶୁରୋଗ, ଚର୍ମରୋଗ, ଶ୍ୱାସରୋଗ, ହୃଦ୍‌ରୋଗ, ନେଫ୍‌ରୋଲୋଜି, ସର୍ଜରୀ, ଅର୍ଥେପେଡିକ୍‌,ସ୍ତ୍ରୀ ଓ ପ୍ରସୂତି ରୋଗ, କର୍ଷ, ନାସା ଓ ଗଳାରୋଗ, ଚକ୍ଷୁରୋଗ, ମାନସିକ ରୋଗ,ଏବଂ ରେଡିଓଲୋଜି ବିଭାଗର ବହୁ ଅଭିଜ୍ଞ ଡାକ୍ତର ଉପସ୍ଥିତ ରହି ସେବା ପ୍ରଦାନ କରିବେ ।

hiring

ଏହି ଶିବିରରେ ଯୋଗ ଦେଇଥିବା ରୋଗୀମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯିବା ସହ ବିଭିନ୍ନ ପ୍ରକାରର ପରୀକ୍ଷା ବିନା ମୂଲ୍ୟରେ କରାଯିବ । ଏହି ଜିଲ୍ଲାର ଲୋକମାନଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା ନିମନ୍ତେ ସାଂସଦ ସାମନ୍ତ ପ୍ରୟାସ ଜାରି ରଖୁଛନ୍ତି । ପୂର୍ବରୁ କିମ୍ସ ପକ୍ଷରୁ ଏହି ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ନିରନ୍ତର ଭାବେ କରାଯାଉଥିଲେ ମଧ୍ୟ କୋଭିଡ୍‌ ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିଥିଲା । ସାଂସଦ ସାମନ୍ତଙ୍କ ପରାମର୍ଶକ୍ରମେ ଏହା ପୁନର୍ବାର ଆରମ୍ଭ କରାଯାଉଛି । ତେଣୁ ବହୁ ସଂଖ୍ୟାରେ ଏହି ମେଗା ସ୍ୱାସ୍ଥ୍ୟ ଶିବିରରେ ପହଞ୍ଚି ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ଅନୁରୋଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

two × 5 =