ଯୁବ ଶିକ୍ଷକ ବିପିନ ସାହୁଙ୍କୁ “ଗୁରୁବ୍ରହ୍ମା’ ସମ୍ମାନ

0 119

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ଅଧ୍ୟୁଷିତ କୋଟଗଡ ବ୍ଲକରେ ଶିକ୍ଷକତା କରୁଥିବା ଜଣେ ଯୁବ ଶିକ୍ଷକଙ୍କୁ ମିଳିଛି ସମ୍ମାନ । ପକାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିପିନ ବିହାରୀ ସାହୁଙ୍କୁ ସୋମବାର ଭୁବନେଶ୍ୱରରେ ନନ୍ଦିଘୋଷ ଟିଭି ଓ ସକାଳ ତରଫରୁ ଆୟୋଜିତ ଗୁରୁଦିବସ ପାଳନ ଅବସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଉପସ୍ଥିତିରେ ଗୁରୁବ୍ରହ୍ମା ସମ୍ମାନରେ ସମ୍ମାନିତ କରାଯାଇଛି । ସାରା ରାଜ୍ୟରୁ ତିନୋଟି ବର୍ଗର ମୋଟ ୧୬ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ପବିତ୍ର ଗୁରୁ ଦିବସରେ ସମ୍ମାନ ପାଇବା ପରେ ଅଧିକ ଦାୟିତ୍ୱବାନ ଓ ଉତ୍ସାହିତ କରିବ ବୋଲି ବିପିନ ସାହୁ ପ୍ରତିକ୍ରୀୟାରେ କହିଛନ୍ତି । ଦୁର୍ଗମ ଓ ମାଓ ଅଧ୍ୟୁଷିତ ଅଂଚଳରେ ଶିକ୍ଷାର ଆଲୋକ ଦେଖାଇବା ସଦାସର୍ବଦା ଏକ ଆହ୍ୱାନ ହୋଇଥିଲେ ହେଁ କିଛି କରିବା ପାଇଁ ମନୋବଳ ଦୃଢ କଲେ ସବୁ କିଛି ସମ୍ଭବ ବୋଲି ସେ କହିଛନ୍ତି । ଛାତ୍ରଛାତ୍ରୀ, ଗ୍ରାମବାସୀ, ସ୍କୁଲ କମିଟି ସମସ୍ତଙ୍କୁ ନେଇ ଏକ ନିଆରା ଉଦ୍ୟମରେ ପରିବର୍ତ୍ତନ କରିବା ଏକ ନୂଆ ଅନୁଭୂତି ବୋଲି ସେ କହିଛନ୍ତି । ଗୁରୁ ଦିବସ ଭଳି ପବିତ୍ର ଦିବସରେ ତାଙ୍କୁ ପୁରସ୍କୃତ କରାଯାଇଥିବାରୁ ବିଭିନ୍ନ ବର୍ଗର ବୁଦ୍ଧିଜିବି, ଶିକ୍ଷାବିତ ଓ ସ୍ୱେଚ୍ଛାସେବୀ ମହଲରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି । ତେବେ ବିପିନ ବିହାରୀ ସାହୁ କେବଳ ଜଣେ ଶିକ୍ଷକ ନୁହଁନ୍ତି ସେ ଜଣେ ସମାଜ ସୁଧାରକ ଓ ଜଣେ ନିୟମିତ ରକ୍ତଦାତା ମଧ୍ୟ ଅଟନ୍ତି । ତେଣୁ ତାଙ୍କୁ କରାଯାଇଥିବା ଏହି ସମ୍ବର୍ଦ୍ଧନାରେ କନ୍ଧମାଳ ଜିଲ୍ଲା ତଥା ଫୁଲବାଣୀର ଅନେକ ସ୍ୱେଚ୍ଛାସେବୀ ମାନେ ତାଙ୍କୁ ଶୁଭେଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × 5 =