ବିଭିନ୍ନ ଯୋଜନାକୁ ସଫଳ ରୂପାୟନ କରି ତୃତୀୟ ସ୍ଥାନ ଅଧିକାର କରିଛି ଗଜପତି ଜିଲ୍ଲାର ପ୍ରାଣୀ ସମ୍ପଦ ବିଭାଗ

0 54

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପ୍ରାଣୀ ସମ୍ପଦ ବିଭାଗ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡିକୁ ଜିଲ୍ଲାରେ ସଫଳ ରୂପାୟନ କରି ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି । ବିଶେଷ କରି ଚାଷୀଙ୍କ ପାଇଁ ଜୀବନ ଜୀବିକା ଯୋଗାଉ ଥିବା ଯୋଜନା ଗୁଡିକ ସଫଳ ରୂପାୟନ ହୋଇ ଥିବାରୁ ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରାଣୀ ସମ୍ପଦ ବିଭାଗକୁ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଜପତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ରମାକାନ୍ତ ରଣାଙ୍କୁ ଭୁବନେଶ୍ୱର ଠାରେ ଟ୍ରଫି ପ୍ରଦାନ କରିଛନ୍ତି । ଏହି ପୁରସ୍କାର ପ୍ରଦାନ ସମୟରେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ନାରାୟଣ ମହାପାତ୍ର, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଶ୍ରୀକାନ୍ତ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲାର ସମସ୍ତ କ୍ଷେତ୍ର କର୍ମଚାରୀ ଓ ସମସ୍ତ ପ୍ରାଣୀ ନିରୀକ୍ଷକଙ୍କୁ ବିଭାଗ ପକ୍ଷରୁ ସାଧୁବାଦ ଜଣାଯାଇଛି । ସରକାରଙ୍କ ଯୋଜନା ସଫଳ ରୂପାୟନ ହୋଇ ପାରିଥିବାରୁ ଚାଷୀଙ୍କ ଜୀବନ ଜୀବିକା ସହ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ସମାଜର ମୁଖ୍ୟ ସ୍ରୋତରେ ଚାଷୀ ପହଞ୍ଚି ପାରିଥିବାରୁ ଚାଷୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଚାଷିକୂଳ ପକ୍ଷରୁ ବିଭାଗକୁ କୃତଜ୍ଞତା ଜଣା ଯାଇଛି ।

hiranchal ad1
Leave A Reply

Your email address will not be published.

18 + five =