ଓକିଲଙ୍କ ଆନ୍ଦୋଳନ ସ୍ଥଗିତ ସତ୍ତ୍ୱେ ଅଦାଲତରେ ଅଚଳାବସ୍ଥା ଜାରି

0 76

ସମ୍ବଲପୁର: ସମ୍ବଲପୁର ଓକିଲ ସଂଘ ଦ୍ୱାରା ଆୟୋଜିତ ସତ୍ୟାଗ୍ରହ ଆନ୍ଦୋଳନ ବେଳେ ସ୍ଥାନୀୟ କଚେରୀ ଛକରେ ପୁଲିସ ଓ ଆନ୍ଦୋଳନକାରୀମାନେ ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ସମ୍ବଲପୁର ଓକିଲ ସଂଘର ସମସ୍ତ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ସ୍ଥାନୀୟ ପୁଲିସ ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନେଇଥିଲା । ଗତକାଲି ୧୭ଜଣ ଓକିଲଙ୍କୁ ଗିରଫ କରିଥିଲା ସମ୍ବଲପୁର ପୁଲିସ । ସୁପ୍ରିମକୋର୍ଟର କଡ଼ା ଆଭିମୁଖ୍ୟ ସହିତ ଏଠାକାର ସବୁ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଲାପରେ କାଲି ବିଳମ୍ବିତ ସନ୍ଧ୍ୟାରେ ଓକିଲମାନେ ସେମାନଙ୍କ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟର ନିର୍ଦ୍ଦେଶ କ୍ରମେ ଏହି ଆନ୍ଦୋଳନରେ ସାମିଲ ରହିଥିବା ଆଖପାଖର ଆଠଟି ଜିଲ୍ଲା ଅଦାଲତରେ ବିଚାରାଧୀନ ମାମଲା ସବୁକୁ ନିକଟସ୍ଥ ଅନ୍ୟ ଜିଲ୍ଲାମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଆଜି ମଧ୍ୟ ସମ୍ବଲପୁର ଜିଲ୍ଲା ଅଦାଲତର ଚାରିପଟେ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଛି ଓ ଅଦ୍ୟାବଧି ଅଦାଲତକୁ ଯିବାଆସିବା କ୍ୱଚିତ ରହିଛି । ଏଣୁ ଆଜି ମଧ୍ୟ ସମ୍ବଲପୁର ଜିଲ୍ଲା ଅଦାଲତରେ ଅଚଳାବସ୍ଥା ଜାରି ରହିଛି ।

hiranchal ad1
Leave A Reply

Your email address will not be published.

eighteen + 12 =