ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ସେରଙ୍ଗ ସ୍ଥିତ ବେଟଭାନୀ ବଙ୍ଗଳା ଠାରେ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ସଉରା ବାପିଷ୍ଟ ଖ୍ରୀଷ୍ଟିୟାନ ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିଲେ । କର୍ମଶାଳାରେ ବିଭିନ୍ନ ମଣ୍ଡଳୀର ବିଧବା ମହିଳା ସହ ଶିକ୍ଷା ସଚେତକ ବାର୍ତ୍ତା ଦେଉଥିବା ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଭାସ୍କର ରାଓ ଓ ସଂଯୋଜକ ଇ. ବି. ଜହନଙ୍କ ସହ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ତାଲିମଦାତା ଲିଙ୍ଗରାଜ ପାଣିଗ୍ରାହୀ, ମୁଖ୍ୟତଃ ରୋଜଗାରଭିତ୍ତିକ ଏଜ କାର୍ଯ୍ୟ କରିବା ପୂର୍ବରୁ ନିଜ ଅଞ୍ଚଳର କୃଷି ଭିତ୍ତିକ ଓ ଜଙ୍ଗଲଜାତ ତଥା କ’ଣ ସମ୍ବଳ ଆମ ପରିସରରେ ଅଛି ତାହାର ଏକ ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଥିଲେ । ଏକ ବ୍ୟବସାୟ କରିବାକୁ ଯିବା ସମୟରେ ବଜାର ବ୍ୟବସ୍ଥା କଣ ଅଛି । ଆମେ ମାର୍କେଟ ଷ୍ଟଡି କରିବାକୁ ପଡିବ । କର୍ମଶାଳାରେ ବିଭିନ୍ନ ଉତ୍ପାଦକ ଜିନିଷ ଯଥା ତେନ୍ତୁଳି, ଫୁଲ ଝାଡୁ, କାନ୍ଦୁଲ, ମାଣ୍ଡିଆ, ଛତୁ ଚାଷ, ଗୋ ପାଳନ, ଛେଳି ପାଳନ, ସପୁରୀ ପ୍ରକ୍ରିୟା କରଣ, ଭାଲିଆ ବ୍ୟବସାୟ, ୠତୁ ଭିତ୍ତିକ ବ୍ୟବସାୟକୁ ଗୁରୁତ୍ୱ ଦିଆଯାଇଥିଲା । ଏଥିରେ ମୁଖ୍ୟତଃ ସୂଚନା ଦିଆଗଲା ଯେ ମାଲିକାନ, ନିୟନ୍ତ୍ରଣ, ପରିଚାଳନାକୁ ଅଧିକ ଗୁରୁତ୍ୱ । ଏକ ବ୍ୟବସାୟ ଭିତିକ ଯୋଜନା ପ୍ରଥମେ ହେଲା ଉତ୍ପାଦନ ଜିନିଷ – ବଜାର ବ୍ୟବସ୍ଥା, ପ୍ରକ୍ରିୟାକରଣ, କାର୍ଯ୍ୟସୂଚୀ, ଆନୁସାଙ୍କିତ ଜନଖ୍ୟାତି, ମାନବ ସମ୍ବଳ, ପରିଚାଳନା, ଯୋଗ ସୂତ୍ର, ମୂଳ ଧନ,କାର୍ଯ୍ୟକାରୀ ମୂଲ୍ୟ ଓ ଶେଷରେ ଲାଭକ୍ଷତି ର ଏକ ଦିଷବ କରିବାକୁ ପଡିବ ଦିଆଗଲା । ପ୍ରତ୍ୟେକ ଜିନିଷକୁ ମୂଲ୍ୟବୋଧ (ଭେଲ୍ୟୁ ଏଡିସନ) କରାଗଲେ । ଆମେ ବଜାରରେ ଏହାର ଚାହିଦା ବଢିବ ପ୍ରତ୍ୟେକ ବ୍ୟବସାୟ ରେ ଆମେ (ଏସ.ଡବ୍ଲୁ. ଓ.ଟି) ସଟ ଆନାଲିସ କରିବା । ଶେଷରେ ଅନୁଷ୍ଠାନର କର୍ମୀ ରାମ ଚନ୍ଦ୍ର ଭୂୟାଁ ଧନ୍ୟବାଦ ଦେଇଥିଲେ ।