ହରଭଙ୍ଗା : ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଓ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ୨ଦିନ ଧରି ବିତ୍ତୀୟ ସକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ବ୍ୟାଙ୍କିଙ୍ଗ ବିତ୍ତୀୟ ଓ ଉଦ୍ୟୋଗୀ ବିକାଶ ସଂସ୍ଥା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ବ୍ୟାଙ୍କର ଅବସରପ୍ରାପ୍ତ ଉପମହାପ୍ରବନ୍ଧକ ବିଜୟ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ବ୍ୟାଙ୍କ ସେବା, ସରକାରଙ୍କ ସାମାଜିକ ସୁରକ୍ଷା ସ୍କିମ, ଏବଂ ବିତ୍ତୀୟ ସାକ୍ଷରତାର ଆଭିମୁଖ୍ୟ ଏବଂ ଉପଯୋଗୀତା ଉପରେ ଆଲୋକପାତ କରିଥିଲେ । ଶିବିରରେ ଅନ୍ୟତମ ଅତିଥି ଅବସରପ୍ରାପ୍ତ ବିଇଓ ବାଳକୃଷ୍ଣ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିତ୍ତୀୟ ଯୋଜନା, ବଜେଟିଂ ଏବଂ ସଞ୍ଚୟ ଉପଯୋଗୀତା ବାବଦରେ ବିସ୍ତୃତ ଆଲୋଚନା କରିଥିଲେ । ଶିବିର ପରିଚାଳନାରେ ଉଭୟ ଅନୁଷ୍ଠାନର କର୍ତ୍ତୃପକ୍ଷ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ ।