ଗଜପତି ଜିଲ୍ଲାର କୃଷି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି କେବେ?

0 187

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର କୃଷି ବିଭାଗର କାର୍ଯ୍ୟରତ କର୍ମଚାରୀମାନେ ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟରତ ଥିବାର ଅଭିଯୋଗ ହେଉଛି । ସେମାନଙ୍କୁ ବଦଳି ହେଉନଥିବା ଅଭିଯୋଗ ହେଉଛି । ପଦୋନ୍ନତି ହୋଇ ମଧ୍ୟ ପୁଣି ସେହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବାର ଅଭିଯୋଗ ହେଉଛି । କୃଷି ବିଭାଗର ବିଭିନ୍ନ ବ୍ଳକ କ୍ଷେତ୍ର କର୍ମଚାରୀମାନେ ମଧ୍ୟ ଦୀର୍ଘ ଦିନ ହେଲା ବଦଳି ହେଉନଥିବା ଅଭିଯୋଗ ହେଉଛି । ଏପଟେ ରାଜ୍ୟ ସରକାର ୫-ଟି ମୋ ସରକାର ସ୍ୱଚ୍ଛତାକୁ ନେଇ କହୁଥିବା ବେଳେ କର୍ମଚାରୀଙ୍କ ବଦଳି ନ ହେବା ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ବିଭିନ୍ନ କର୍ମଚାରୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ହୋଇଥିଲେ ମଧ୍ୟ କର୍ମଚାରୀଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କ’ଣ କରାଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏପଟେ କର୍ମଚାରୀ ଅଭାବ କହି ସାରର ଚଢା ଦରକୁ ରୋକିବାରେ ବିଭାଗୀୟ କର୍ତ୍ତୃପକ୍ଷ ଫେଲ ମାରିଛି । ଜିଲ୍ଲାର ଉନ୍ନତି ଓ ଚାଷୀଙ୍କ ଉନ୍ନତି ସକାଶେ ତୁରନ୍ତ କର୍ମଚାରୀଙ୍କ ବଦଳି ପାଇଁ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

one × 5 =