ଭିଜିଲାନ୍ସ ଜାଲରେ ବେଗୁନିଆପଡ଼ା ବ୍ଳକ ବିଏସ୍‌ଏସ୍‌ଓ

0 41

ଗଞ୍ଜାମ: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ । ଆଜି ସକାଳୁ ସକାଳୁ ବେଗୁନିଆପଡ଼ା ବ୍ଳକରେ ଭିଜିଲାନ୍ସ ରେଡ୍‌ ହୋଇଛି ।ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ସୂଚନା ଅନୁସାରେ ଆଜି ବେଗୁନିଆପଡ଼ା ବ୍ଳକର ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ ବାର୍ଦ୍ଧକ୍ୟ ଭତ୍ତା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଭତ୍ତା ପାଇଁ ଲାଞ୍ଚ ମାଗୁଥିବା ନେଇ ବ୍ଲକର ମଠସରସିଂ ପଞ୍ଚାୟତର ସମିତି ସଭ୍ୟା ପ୍ରତିନିଧି ଝଡିଆ ସ୍ୱାଇଁ ଏନେଇ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଏହାପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଝଡିଆ ଆଜି ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ତାଙ୍କଠାରୁ ୬ ହଜାର ଟଙ୍କା ସହ ଗିରଫ କରି ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଥିବା ବେଳେ ଏନେଇ ଅଧିକ ଖୋଳତାଡ଼ ମଧ୍ୟ କରୁଛି ଭିଜିଲାନ୍ସ ।

hiranchal ad1
Leave A Reply

Your email address will not be published.

seventeen − sixteen =