ବିପର୍ଯ୍ୟସ୍ତ ଅବସ୍ଥାରେ ଚାଲିଛି ଲଡୁଗାଁ ଉପ ଡାକଘର

0 69

କୋକସରା: କୋକସରା ବ୍ଲକ ଲଡୁଗାଁ ଉପ ଡାକଘର ଦୀର୍ଘ ଦିନରୁ ବିପଦ ସଙ୍କୁଳ ଘରେ ଚାଲିଛି । ଫଳରେ ଡାକ ସେବାରେ ଅସୁବିଧା ହେଉଛି । ରେଜିଷ୍ଟ୍ରେଡ ପୋଷ୍ଟ, ରେଭେନ୍ୟୁ ଷ୍ଟାମ୍ପ, ଆଇପିଓ କାର୍ଡ, ଆଧାର କେନ୍ଦ୍ରର ସୁବିଧା ଓ ବ୍ୟାଙ୍କ୍‌ର ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଲୋକେ ପ୍ରକାଶ କରିଛନ୍ତି । ଅନ୍ୟପଟେ ବାଧ୍ୟ ହୋଇ ଲୋକେ କୋକସରା, ଆମପାଣି କିମ୍ୱା ଚାରବାହାଲ ଡାକ ଘର ଉପରେ ନିର୍ଭରଶୀଳ ହେଉଛନ୍ତି । ଡାକସେବା ପାଇବାରୁ ଲୋକ ଅସୁବିଧା ହେଉଥିବା ନେଇ ଲଡୁଗାଁ ଉପ ଡାକଘର ଅଧିକାରୀ, କଳାହାଣ୍ଡି ଜିଲ୍ଲା ଡାକ ଅଧିକ୍ଷକ, ଅଡିଟ ଅଧିକାରୀଙ୍କୁ ବାରମ୍ୱାର ଅବଗତ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି । ଫଳରେ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ତ୍ତମାନ ଅବସ୍ଥିତ ଥିବା ଉପ ଡାକଘର କୋଠାରେ ରହିବା ଉପଯୋଗ ନଥିବା ସତ୍ତେ୍ୱ ମଧ୍ୟ ବାଧ୍ୟ ହୋଇ କାର୍ଯ୍ୟ ଚାଲି ଆସୁଛି । ଏନେଇ କଳାହାଣ୍ଡି ଜିଲ୍ଲା ଡାକ ଅଧିକ୍ଷକ ଲଡୁଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚକୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଯଦି ଆଗକୁ ଡାକଘର ଅବସ୍ଥା ନ ସୁଧୁରେ ତେବେ ଏହାକୁ ବନ୍ଦ କରିବା ସହ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି ।
ଲଡୁଗାଁ ହେଉଛି ନବହୁଳ ଅଞ୍ଚଳ । ଏଠାରେ ସ୍କୁଲ, କଲେଜ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପଶୁ ଚିକିତ୍ସା କେନ୍ଦ୍ର, ରାଜସ୍ୱ କାର୍ଯ୍ୟାଳୟ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟ ଅବସ୍ଥିତ ଅଛି । ପ୍ରତିଦିନ ଲଡୁଗାଁ ଉପରେ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି । ତେବେ ଏଠାରେ ଥିବା ଉପ ଡାକଘରଠାରୁ ଲୋକମାନେ ମୌଳିକ ସୁବିଧା ପାଇବାରେ ବଞ୍ଚିତ ହେଉଛନ୍ତି । ଏନେଇ ଲଡୁଗାଁ ସରପଞ୍ଚ ନକୁଲ ନାଏକଙ୍କୁ ପଚାରିବାରୁ ପଞ୍ଚାୟତ କାର୍ଯ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣରେ ଭିତ୍ତି ଭୂମି ନାହିଁ । ପଞ୍ଚାୟତ କର୍ମଚାରୀଙ୍କୁ ଅସୁବିଧା ହେଉଛି । ଜରୁରୀ କାଳୀନ ଯୋଗୁଁ ରାଜସ୍ୱ ଅଧିକାରୀଙ୍କୁ ଗୋଟିଏ ଗୃହ ପ୍ରଦାନ କରାଯାଇଛି, ଆଗକୁ ଉପଡାକଘର ପାଇଁ ମୁଁ ମଧ୍ୟ ଚେଷ୍ଟିତ ରହି ସମାଧାନ ଦିଗରେ ପଦକ୍ଷେପ ନେବାକୁ ମତ ରଖିଥିଲେ । ଏନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗଙ୍କ ପ୍ରତିକ୍ରିୟା ନେବାରୁ ଭିତ୍ତିଭୂମି ଥିଲେ ନିଶ୍ଚିତ ଭାବରେ ମୁଁ ଶୀଘ୍ର ପଦକ୍ଷେପ ନେଇ ଥଇଥାନ ବ୍ୟବସ୍ଥା କରିବି ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

two × 1 =