ନବଜ୍ୟୋତି ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

0 71

ଘୁ ଉଦୟଗିରି:ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଳକ ଅନ୍ତର୍ଗତ ପେଟାପାଙ୍ଗା ପଞ୍ଚାୟତର ଆଡାସିକୁପାଠାରେ ଅବସ୍ଥିତ ନବଜ୍ୟୋତି ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ୍ମ ଚରଣ ପ୍ରଧାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ବଢାଇବା ପାଇଁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିଶିର କୁମାର ସୁବୁଦ୍ଧି ଏବଂ ଚନ୍ଦ୍ର ଶେଖର ପଣ୍ଡାଙ୍କ ସହଯୋଗରେ ଏହିଭଳି ଏକ ପ୍ରୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ରଟିଙ୍ଗିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ, ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ହର ପ୍ରସାଦ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ପୁର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଚରଣ ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ସୁରେଶ ପ୍ରଧାନ, ପୂର୍ବତନ ସରପଞ୍ଚ ପ୍ରଭାକର ପ୍ରଧାନ, ସମିତି ସଭ୍ୟ ଝୁନୁମା ପ୍ରଧାନ, ସାମ୍ବାଦିକ ରାମକୃଷ୍ଣ ଚୌଧୁରୀ ଏବଂ ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବିଚାରକ ଭାବେ ରାଷ୍ଟ୍ରପ୍ରତି ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ବଳରାମ ସାହୁ,ବାଲ ଗଙ୍ଗାଧର ତିଳକ ଉଚ୍ଚ ବିଦ୍ୟାଳୟ ରୁଦାଙ୍ଗିଆର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବେହେରା ଏବଂ ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜିତେନ୍ଦ୍ର କୁମାର ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖିବାପାଇଁ ନିକଟସ୍ଥ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀମାନଙ୍କ ସହିତ ଆସିଥିଲେ । ଏହି ବିଜ୍ଞାନ ମେଳାରେ ଭାଗନେଇ ପ୍ରଥମ ପୁରସ୍କାର ପାଇଥିଲେ ରଚନା ପ୍ରଧାନ, ଦ୍ୱିତୀୟ ପୁରସ୍କାର ପାଇଥିଲେ ଜିନା ପ୍ରଧାନ, ତୃତୀୟ ପୁରସ୍କାର ପାଇଥିଲେ ଜବୀନ ପ୍ରଧାନ । କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ସଂସ୍କୃତ ଶିକ୍ଷକ ଦୁର୍ଗା ପ୍ରସାଦ ପଣ୍ଡା, କିରାଣୀ କାଙ୍ଗାଳି କନ୍ୟାରି, ଖେଳ ଶିକ୍ଷକ ରବି ନାରାୟଣ ସାହୁ,ପିଅନ ରାଜେନ୍ଦ୍ର ନାୟକ ଏବଂ ଲୋକଚନ୍ଦ୍ର ଦିଗାଳ ।

hiranchal ad1
Leave A Reply

Your email address will not be published.

10 + eighteen =