ସିଦ୍ଧବାବା ଭାଗବତ ଭବନରେ ଭାଗବତ ପାରାୟଣ

0 105

ଗଞ୍ଜାମ: କୁକୁଡ଼ା ଖଣ୍ଡି ବ୍ଲକ ଲୋଚାପଡାରେ ଅବସ୍ଥିତ ସିଦ୍ଧ ବାବା ଭାଗବତ ଭବନରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଭାଗବତ ପାରାୟଣ ସହ ପ୍ରବଚନ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଯାଇଅଛି । ଏଥିରେ ଓଡ଼ିଶାର ସୁନାମ ଧନ୍ୟ ପ୍ରବକ୍ତା ପଣ୍ଡିତ ରାଧାକାନ୍ତ ଦାସ ମହାରାଜ ଓ ତ୍ରିଦଣ୍ଡି ସ୍ୱାମୀ ଭକ୍ତି ପୀୟୁଷ ଅବଧୂତ ମହାରାଜଙ୍କ ଦ୍ୱାରା କାର୍ତ୍ତିକ ମାସ ଉପଲକ୍ଷେ ପ୍ରବଚନ କାର୍ଯ୍ୟକ୍ରମ ଚାଲୁରହିଥିଲା । କଳି ଯୁଗରେ ଭାଗବତ ପଠନ ଓ ଭକ୍ତିର ଆବଶ୍ୟକତା ସହିତ ଭାଗବତର ୧୨ଟି ସ୍କନ୍ଦ ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଭକ୍ତି ଓ ଭକ୍ତଙ୍କ ମଧ୍ୟରେ ରହି ଥିବା କଥା ଓ ଗାଥା ତଥା ଓଡ଼ିଆ ଭାଗବତ କଳି ଯୁଗରେ କିପରି ମୁକ୍ତି ଦେଇଥାଏ ତାହା ବର୍ଣ୍ଣନା କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶତାଧିକ ଭକ୍ତଙ୍କ ସମାଗମ ହେବା ସହିତ ହୋମଯଜ୍ଞ, ହରିକୀର୍ତ୍ତନ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଦେବଶେଖର ଦାସ, ଶ୍ୟାସୁନ୍ଦର ଦାସ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three + eighteen =