ଭୁବନେଶ୍ୱରରେ ନିର୍ମାଣ ହେବ ଗଙ୍ଗାଧର ମେହେର ଭବନ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

0 569

ସମ୍ବଲପୁର: ନିଖିଳ ଓଡ଼ିଶା ମେହେର ସମାଜର ଅନୁରୋଧ କ୍ରମେ ରାଜ୍ୟର ରାଜଧାନୀ ଭୁବନେଶ୍ୱର ସ୍ଥିତ ଶ୍ରୀବିହାର ଠାରେ ଗଙ୍ଗାଧର ମେହେର ଭବନ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଡେସିମିଲ ଭୂମି ପ୍ରଦାନ କରାଯାଇଛି । ଏଥିପାଇଁ ଭୂମି ଗ୍ରହଣ କରିବାକୁ ସମାଜ ସଭାପତି ବୈଶମ୍ପାୟନ ମେହେରଙ୍କ ସହିତ ସ୍ଥାନୀୟ ମେହେର ସମାଜର ସଭ୍ୟମାନେ ସେଠାରେ ଉପସ୍ଥିତ ରହିଥିଲେ । ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରିବା ସହିତ ସମସ୍ତ ସହଯୋଗ କରିଥିଲେ । ସେଠାରେ ଗଙ୍ଗାଧର ମେହେର ଭବନ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩.୫ କୋଟି ଟଙ୍କା ଦେବା ବିଷୟରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି । ଆଜି ଲିଖିତ ରୂପେ ଭୂମି ହସ୍ତାନ୍ତର ହେଲା ପରେ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ପାରିବ ବୋଲି ଆଶା କରାଯାଉଛି ।ସମାଜର ରାଜ୍ୟ ସାଧାରଣ ସମ୍ପାଦକ ଓ ସମ୍ବଲପୁର ଜିଲ୍ଲା ମେହେର ସମାଜ ସଭାପତି ରମାକାନ୍ତ ମେହେର ସମଗ୍ର ଜିଲ୍ଲା ପକ୍ଷରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହିତ ଏହି ଅଭିଯାନରେ ସାମିଲ ସମସ୍ତ ସଭ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − twelve =