ହରିଶଙ୍କର ମନ୍ଦିରର ବିକାଶ ପାଇଁ ଆସିଥିବା ଅର୍ଥର ବିନିଯୋଗ ଉପରେ ବୈଠକ

0 106

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ମନ୍ଦିର ଚତୁପାର୍ଶ୍ୱ ବିକାଶ ସମ୍ପର୍କିତ ବୈଠକ ଦେବୋତ୍ତର ବିଭାଗ ତରଫରୁ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼.ବିଜୟାନନ୍ଦ ସେଠୀ ଅଧ୍ୟକ୍ଷତା କରିଥିବା ବେଳେ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଅର୍ଜୁନ କୁମାର ବେହେରା , ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ହରିଶଙ୍କର ମନ୍ଦିର ପାରିପାର୍ଶ୍ୱିକ ବିକାଶ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ୧୫ କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ବିଭିନ୍ନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ସୁଚାରୁ ରୁପେ କାର୍ଯ୍ୟ କିଭଳି ଶେଷ ହୋଇପାରିବ ସେ ନେଇ ଆଲୋଚନା ହେବା ସହ ଓପନ କଂପ୍ଲେକ୍ସ, ରୋଷେଇ ଘର, ଭୋଗ ମଣ୍ଡପ, ମିଉଜିୟମ୍‌, ସୂଚନା କେନ୍ଦ୍ର ଆଦି କାର୍ଯ୍ୟ ସମ୍ପର୍କରେ ଦେବୋତ୍ତର କମିଟି, ସବ୍‌ କମିଟି ଓ ବଣିକ ସଂଘ ସଦସ୍ୟଙ୍କ ସହ କାର୍ଯ୍ୟର ଖସଡ଼ା ନକ୍ସା ବୁଲି ଦେଖିଥିଲେ । ବୈଠକରେ ଦେବୋତ୍ତର କମିଟି ସଦସ୍ୟ ଶଶି ପୁଝାରୀ, ବିପ୍ର ବିଶି, ଅଭୟ ତ୍ରିପାଠୀ, ପଞ୍ଚୁଦେବ ସାହୁ, ସୁନିଲ ଗୋଏଲ, ଇନ୍ଦୁ ଭୂଷଣ ଠାକୁର, ରୋହିତ ମେହେର, ନବୀନ ମେହେର, ଅର୍ଜୁନ ଅଗ୍ରୱାଲ, ଝାରୁ ମେହେର, ଗଜ ନାଗ, ଶତ୍ରୁଘ୍ନ ନାଏକ, ପଞ୍ଚମ ପଧାନ, ସୁଶିଲ ଗୁରୁ, କ୍ଷମା ଭୋଇ, ପ୍ରହଲ୍ଲାଦ ଚାନ୍ଦ, ଦେବୋତ୍ତର କ୍ଲାର୍କ ଦିଲୀପ ବଗର୍ତ୍ତୀ, ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

17 − 12 =