ଡମ୍ବରୁଗଡ ମଠରେ ଆରମ୍ଭ ହେଲା ମହାନ୍ତ ଗିରିବର ଦାସ ବାବାଙ୍କ ପ୍ରଥମ ବାର୍ଷିକ ମହୋତ୍ସବ

0 65

ବୌଦ୍ଧ : ସିଦ୍ଧତପୋ ସେବାବନ ଡମ୍ବରୁଗଡ଼ କଙ୍କଲାଠାରେ ସାକେତଧାମ ପ୍ରାପ୍ତ ଶ୍ରୀ ଶ୍ରୀ ମହାରାଜା ୧୦୦୮ ଶ୍ରୀ ମହନ୍ତ ଗିରିବର ଦାଶ ତ୍ୟାଗୀଙ୍କ ପ୍ରଥମ ବାର୍ଷିକ ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନ ସମୟରେ କଙ୍କଳା ଶିବ ମନ୍ଦିର ମହାନଦୀ ଘାଟରୁ ଶତାଧିକ ମହିଳା କଳସଯାତ୍ରାରେ ସାମିଲ ହୋଇଥିଲେ । ଏଥିରେ କଙ୍କଲା, ଦମ୍ବରୁଗଡ, ସାହଜପାଲ୍‌, ପୋଦଖାଲ ଆଦି ଅଞ୍ଚଳରୁ କୀର୍ତ୍ତନ ମଣ୍ଡଳୀ, ନମଗୁରୁଦଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ମଠର ମହନ୍ତ ସର୍ବେଶ୍ୱର ଦାସ, ବାବା ରଘୁବିର ଦାସ, ରଘବାନନ୍ଦ ଦାସ ଗୌର ଦାସ, ବିହାରୀ ଦାସଙ୍କ ଶିଷ୍ୟ ଅଗସ୍ତି ତ୍ୟାଗୀ, ପୂଜକ ଗରୀବ ମିଶ୍ର, ପ୍ରଦୀପ କୁମାର ପାଢ଼ୀ, କର୍ତ୍ତା ଭାବେ ସପତ୍ନିକ ରମେଶ ପ୍ରସାଦ ପ୍ରଧାନ ଓ ସପତ୍ନିକ୍‌ ପରଖିତ ସେଠୀ, କମିଟି ସଭାପତି ପୟୋଧର ମହାକୁଲ, ସମ୍ପାଦକ ଦୀପକ ବେହେରା, ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ସେଠୀ, ସମିତି ସଭ୍ୟ ପ୍ରତିନିଧି ରାଜକୁମାର ସେଠୀ, ବରିଷ୍ଠ ସଦସ୍ୟ ରମେଶ ପ୍ରସାଦ ସାହୁ, ଅଶୋକ ମହାକୁଡ, ସାନ୍ତାନୁ କୁମାର ଚାନ୍ଦ, ରାଜୁ ମେହେର, ଉଗ୍ରସେନ ବେହେରା, ଉତ୍ତମ୍‌ ବେହେରା, ଦୁଷ୍ମନ୍ତ କୁମାର ପୃଷ୍ଟି, ଶ୍ରୀପତି ମହାକୁଡ, ଶ୍ରୀକ୍ଷେତ୍ର ମହାକୁଡ,ମହେଶ ପ୍ରସାଦ ଅଗ୍ରୱାଲ, କୃତ୍ତିବାସ ପଲିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ୩ ତାରିଖଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଭାଗବତ ସପ୍ତାହ ଯଜ୍ଞ, ପ୍ରବଚନ, ମିନାବାଜାର ସହିତ ପ୍ରତ୍ୟେକ୍‌ ସନ୍ଧ୍ୟା ସମୟରେ ସଭା ଓ ରାମଲୀଳା ନାଟକ ପ୍ରଦର୍ଶନ ହେବ ବୋଲି ଆୟୋଜକମାନଙ୍କ ସୂତ୍ରରୁ ଜଣାପଡିଛି ।

hiranchal ad1
Leave A Reply

Your email address will not be published.

eleven + nineteen =