ବିଲୁପ୍ତ ହେବାରେ ଲାଗିଛି ପହରିଆମାନଙ୍କ କୌଳିକ ବୃତ୍ତି

0 64

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଆଦିବାସୀ ସମ୍ପ୍ରଦାୟର ଲୋକ ଜଙ୍ଗଲ ପାଶ୍ୱବର୍ତୀ ଅଞ୍ଚଳରେ ବେଶୀ ପରିମାଣରେ ବସବାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ପହରିଆ ସମ୍ପ୍ରଦାୟର ଲୋକେ ନିଜ ମୌଳିକ ବୃତ୍ତି ହରାଇବାକୁ ବସିଛନ୍ତି । ଆଧୁନିକ ଯୁଗରେ ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ବଢିବା ପରେ ପହରିଆଙ୍କ ଦ୍ୱାରା ବାଉଁଶରେ ନିର୍ମିତ ସାମଗ୍ରୀର ଚାହିଦା କମିବାରେ ଲାଗିଛି । କୁଲା, ଛାଞ୍ଚୁଣି, ପଟି, ଟୁପା, ଖଡି଼କା, ଝୋଟି ଆଦିର ଚାହିଦା କମିବାରୁ ଏହି ସମ୍ପ୍ରଦାୟର କୌଳିକବୃତ୍ତି ଲୋପ ପାଇବାକୁ ବସିଛି ।

ଏମାନେ ବିଭିନ୍ନ ସ୍ଥାନରେ ବସ୍ତି ସ୍ଥାପନ କରି ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ସେଥିରୁ ବିଭିନ୍ନ ପ୍ରକାର ଝୁଡି, ତଥା ଖେଳ ସାମଗ୍ରୀ ତିଆରି କରିଥାନ୍ତି । ଏହାକୁ ନିକଟସ୍ଥ ବଜାରରେ ବିକ୍ରି କରି ନିଜର ପରିବାର ଚଳାଉଛନ୍ତି । ଏହି ସମ୍ପ୍ରଦାୟର ଭାଷା ଅଲଗା ସେମାନେ ହିଁ ତାଙ୍କ ଭାଷା ବୁଝିପାରିବେ । ସେମାନେ ସଦାସର୍ବଦା ଜଙ୍ଗଲରେ ରହି ପେଟ ପୋଷଣ ପାଇଁ ଲଘୁ ବନ୍ୟଜାତ ଦ୍ରବ୍ୟ ଖାଇବା ସହ ଦୁଇ ପଇସାରୋଜଗାର ପାଇଁ ବିକ୍ରୟ କରିଥାନ୍ତି ।

hiring

ଦିନକୁ ଦିନ ଜଙ୍ଗଲ ସରିବାରେ ଲାଗିଛି ଯାହା ଫଳରେ ପହରିଆ ସମ୍ପ୍ରଦାୟଙ୍କ ଆର୍ଥିକ ସ୍ଥିତି କମିଯାଉଛି । ଆମ ଗୋଳାମୁଣ୍ଡା ବ୍ଲକରେ ପହରିଆ ସମ୍ପ୍ରଦାୟ ୨୦%ଭାଗ ଲୋକ ରହିଛିନ୍ତି । ବାଗମୁଣ୍ଡା, ବବେରମୁଣ୍ଡା, ଜୟନ୍ତପୁର, ଜୁବାପଦର, ପୁଡାପଦର, ବଣ୍ଡାଯୋର, କନକ ପୁର, ଭଣ୍ଡାରକଛାର, ରେଙ୍ଗସାପାଲି, ସକ୍ରିପାଳି, ଆଦି ଅଞ୍ଚଳରେ ଏହି ସମ୍ପ୍ରଦାୟମାନେ ବାସ କରିଥାନ୍ତି । ଗୋଟିଏ ପଟେ ଜଙ୍ଗଲ କ୍ଷୁର୍ଣ୍ଣ ହେଉଥିବା ବେଳେ ଉତ୍ପାଦନ ହାର କମୁଥିବାରୁ ରୋଜଗାର ପନ୍ଥା ଉପରେ ମହଙ୍ଗା ପଡୁଛି ।

hiranchal ad1
Leave A Reply

Your email address will not be published.

fourteen − five =