ହାଟବସାଇ ବାଟ ବିଗାଡିଲା ପୌର ପ୍ରଶାସନ, ଅସରାଏ ବର୍ଷାରେ ଦୈନିକ ହାଟର ଅବସ୍ଥା ବେହାଲ

0 191

ସୁବର୍ଣ୍ଣପୁର : ତରବରିଆ ଭାବେ ରାସ୍ତା କଡ଼ରେ ବସୁଥିବା ହାଟ ଉଠାଇ ଛଅ ଦିନ ପୂର୍ବରୁ ବ୍ଲକଛକ ଡିଏଓ କଲୋନୀ ପଛପଟ ରାସ୍ତା କଡରେ ପୌର ପ୍ରଶାସନ ଆରମ୍ଭ କରାଇଥିଲା ଦୈନିକ ହାଟ । ତେବେ ସପ୍ତାଏ ମଧ୍ୟରେ ସେହି ହାଟର ଅବସ୍ଥା ବେହାଲ ହୋଇଯାଇଛି । ଅସରାଏ ବର୍ଷାରେ ହାଟ ଭିତରେ ପାଣି କାଦୁଅ ଭର୍ତ୍ତି ହୋଇଯାଇଛି । ଗ୍ରାହକ ମାନେ ପନି ପରିବା କ’ଣ କିଣିବେ, ବ୍ୟବସାୟୀମାନେ ତାଙ୍କର ଜିନିଷ ବିକ୍ରି କରିପାରି ନାହାନ୍ତି । ମଙ୍ଗଳବାର ହୋଇଥିବା ଅଛରାଏ ବର୍ଷାରେ ଏହି ଦୈନିକ ହାଟ ମଧ୍ୟରେ ବିଭିନ୍ନ ସ୍ଥାନରେ ପାଣି କାଦୁଅ ଜମିଯାଇଛି । ହାଟକୁ ପନିପରିବା କିଣିବା ପାଇଁ ଆସିଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପଟେ ବସିବା ପାଇଁ ସ୍ଥାନର ଅଭାବ ଏବଂ ଚାରିପଟେ ପାଣି କାଦୁଅ ଭର୍ତ୍ତି ହୋଇଥିବାରୁ ଅଧିକାଂଶ ବ୍ୟବସାୟୀ ବୁଧବାର ତାଙ୍କର ଦୋକାନ ଖୋଲି ମଧ୍ୟ ପାରିନାହାନ୍ତି ।
ଅତି ତରବରିଆ ଭାବେ କିଛି ଆନୁସଙ୍ଗିକ ସୁବିଧା ସୁଯୋଗ ନକରି ଏହି ସ୍ଥାନକୁ ହାଟ ଉଠାଇ ଅଣାଗଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ରାତି ସାରା ମାଟି ପକାଇ ତିନି ଦିନ ଭିତରେ ଏଠାରେ ପୌର ପରିଷଦ ପକ୍ଷରୁ ହାଟ ନିର୍ମାଣ କରାଯାଇଛି । ଆଣ୍ଠୁଏ ଉଚ୍ଚରେ କେବଳ ମାଟି ପକା ଯାଇଥିବାରୁ ବର୍ଷା ପାଣିରେ ସ୍ଥିତି ବେହାଲ ହୋଇଯାଇଛି । କୌଣସି ସୁବିଧା ନକରି ଏଠାରେ ଆମକୁ ପୌର ପରିଷଦ ପକ୍ଷରୁ ହାଟ ବସାଇବା ପାଇଁ କୁହାଗଲା ବୋଲି ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ ସ୍ଥାନରେ ଲୁହା କଣ୍ଟାର ବାଡ ମାଟି ଭିତରେ ପୋତି ହୋଇ ଥିବା ବେଳେ ତାହା ମଧ୍ୟ ବାହାର କରାଯାଇ ନାହିଁ । ତେବେ ପୂର୍ବରୁ ଯାତାୟତ ପାଇଁ ସୁବିଧା ଥିଲା ଏବେ ମାଟି ପକା ଯାଇଥିବାରୁ ଶକ୍ତି ନଗରରେ ବସବାସ କରୁଥିବା ଲୋକେ ଯିବା ଆସିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହାଟ ବସାଇ ବାଟ ବିଗାଡିଲା ପୌର ପ୍ରଶାସନ ବୋଲି ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରିଛନ୍ତି ପଡାବାସୀ ।

hiranchal ad1
Leave A Reply

Your email address will not be published.

twelve + seventeen =