ବୌଦ୍ଧରେ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ପାଳିତ

0 220

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସଂଗ୍ରାମପୁରର ସଭା ଗୃହଠାରେ ପାଳିତ ହୋଇ ଯାଇଛି । ଜେ.ଡି. ହାଇସ୍କୁଲ୍‌ ,ବୌଦ୍ଧର ହିନ୍ଦୀ ଶିକ୍ଷକ ମନଜିତ୍‌ ମୋହନ ଚାନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ବୌଦ୍ଧ ହିନ୍ଦୀ ଶିକ୍ଷକ ସଂଘର ସଭାପତି ତଥା ବିଦ୍ୟାଳୟ ହିନ୍ଦୀ ଶିକ୍ଷକ ସଦାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରତିଷ୍ଠାତା ଚେତରାମ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ଜିଲ୍ଲାର ବରିଷ୍ଠ ଶିକ୍ଷକ ବସନ୍ତ କୁମାର ଦାସ ଏବଂ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ସତ୍ୟପାଳ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ହିନ୍ଦୀ ଦିବସ ପାଳନ ଅବସରରେ ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇ ଥିବା ହିନ୍ଦୀ ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କୁ ସଂଘ ତରଫରୁ ସ୍ୱାଗତ କରାଯାଇଥିଲା । ଶିକ୍ଷକ ବସନ୍ତ କୁମାର ଦାସ ହିନ୍ଦୀ ଭାଷା ଶିକ୍ଷଣର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିବା ବେଳେ ମନଜିତ୍‌ ମୋହନ ଚାନ୍ଦ ବିଦ୍ୟାଳୟ ପରିବେଶରେ ଶିକ୍ଷକମାନଙ୍କ ହିନ୍ଦୀ ଭାଷାର ସର୍ବାଧିକ ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଥିଲେ । ଛାତ୍ର ଛାତ୍ରୀମାନେ ଅଭ୍ୟାସ ଦ୍ୱାରା ଭାଷାକୁ ଆୟତ୍ତ କରିପାରିବା ସହ ଭାଷା କୌଶଳ ଉପରେ ସହଜରେ ଅଧିକାର ପ୍ରାପ୍ତ କରି ପାରିବେ ବୋଲି କହିଥିଲେ । ଏହା ସହ ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗାର ହିନ୍ଦୀ ଶିକ୍ଷକ ଦେବବ୍ରତ ପ୍ରସାୟତ୍‌ ହିନ୍ଦୀ ଭାଷାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ବିଭିନ୍ନ ସହ ଶୈକ୍ଷଣିକ କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ହିନ୍ଦୀ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରାଯାଇପାରିବ ବୋଲି ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଥିଲେ ।ଶେଷରେ ବୌଦ୍ଧର ହିନ୍ଦୀ ଶିକ୍ଷକ ସଂଘର ସଭାପତି ସଦାନନ୍ଦ ପ୍ରଧାନ ସଂଘର ଉଦ୍ଦେଶ୍ୟ ବିଷୟରେ ନିଜ ଅଭିଭାଷଣରେ ପରିପକାଶ କରିବା ସହିତ ହିନ୍ଦୀ ଶିକ୍ଷା ତଥା ଶିକ୍ଷକମାନଙ୍କ ସମସ୍ୟା ତଥା ସମାଧାନ କେବଳ ଶିକ୍ଷକ ଏକତା ଦ୍ୱାରା ସମ୍ଭବ ବୋଲି ଦୃଢକ୍ତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁନିଲ ହୋତା, ଅଧମ ଭୁଏ, ଅରୁଣ ସାହୁ, ନାରାୟଣ ମେହେର, ଭଗବତୀ ମହାପାତ୍ର, ସ୍ୱତିତୋପା ନାୟକ, ପ୍ରକାଶ ପରିଡାଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୩୫ଜଣ ହିନ୍ଦୀ ଶିକ୍ଷକ ସମ୍ମିଳିତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

1 × 4 =