ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା ସ୍ଥିତି ପରଖିଲେ ଆମେରିକା ଡାକ୍ତରୀ ଦଳ

0 53

ହରଭଙ୍ଗା: ହରଭଙ୍ଗା ବ୍ଲକର ଦୁର୍ଗମ ଅଞ୍ଚଳକୁ ପହଂଚିଲେ ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଟିମ, ଯାହାକି ଆଡେଣୀଗଡ ପଂଚାୟତ ପାଂଚ ପର୍ବତ ଡେଇଁଲାପରେ ପଡେ ଲେଂଗରପାଜୁ । ହେଲେ ଆମେରିକାର ଡାକ୍ତର ବାବୁମାନେ ଆମ ଗାଁକୁ ଆସଛନ୍ତି ବୋଲି ବଣପାହାଡଘେରା ୯ଟି ଆଦିବାସୀ ଗାଁ ଯଥା ଲେଂଗରପାଜୁ, ସୁଲୁଂଗା, ରସାହି, ଛତ୍ରପଡା, ମାଣ୍ଡାଲି ସବେରୀ, ଗ୍ରାମକୁ ନେଇ ଏକ ମ୍ୟାଲେରିଆ ନିରାକରଣ ଅଭିଯାନର କାର୍ଯ୍ୟକ୍ରମ ପାଇଁ ଉକ୍ତଟିମ ପହଞ୍ଚି ଥିଲେ । ପାଂଚପାହାଡ ଡେଇଁ ଲେଂଗରପାଜୁ ଗ୍ରାମରେ ମୁଖ୍ୟତଃ ସେଠାକାର ଆଦିବାସୀଲୋକମାନେ କେମିତି ରହୁଛନ୍ତି, କ’ଣ ଖାଉଛନ୍ତି, ମଶାରୀ ବ୍ୟବହାର କରୁଛନ୍ତି ନା ନାହିଁ ସେସବୁକୁ ଅନୁଧ୍ୟାନ କରିବା ପାଇଁ ଯାଇଥିଲେ ।

hiring

ସେଠାରେ ଗ୍ରାମର ସମସ୍ତ ମହିଳା, ପୁରୁଷ, ଛୁଆପିଲା ଉପସ୍ଥିତ ରହି ଡାକ୍ତରବାବୁ ମାନଙ୍କର କଥାକୁ ଭଲଭାବେ ଶୁଣିଥିଲେ । ଏହି ଟିମରେ ଆମେରିକାରୁ ଆସିଥିବା ଡାକ୍ତର ମାଲା ରାଓ, ଡ. ସଂଜୀବ ମହାନ୍ତି, ଡ. ପ୍ରଭିକର ସାହୁ, ଡ. ଏଚଏ, ହାକୁଭ,ଡ. ତିମିର କୁମାର ପ୍ରଧାନ, ଅସିତ କୁମାର ସାମଲ, ସତ୍ୟ ପାଣିଗ୍ରାହୀ, ଯୋହାନ ପି ଲାକର, ତଥା ଜିଲ୍ଲାରୁ ଆସିଥିବା ଏଡିପିଏଚଓ ଏମ ଏମ ପ୍ରଧାନ, ଭି ବି ଡି ସି ସ୍ୱସ୍ତି କୁମାର ଏବଂ ବ୍ଲକ ଲେବୁଲ ଆଡେଣୀଗଡ ସିଏଚସିରୁ ଏମଟିଏସ ରବିନ କୁମାର ପ୍ରଧାନ, ଇନଚାର୍ଜ ପିଏଚଇଓ ଇଶ୍ୱର ବେହେରା, ଏଚଡବ୍ଲୁ ବୀରେନ୍ଦ୍ର କହଁର, ମହିଳା ସ୍ୱାସ୍ଥ୍ୟକର୍ମୀ ସାବିତ୍ରୀ , ଅଂଗନୱାଡି କର୍ମୀ ଜୋସ୍ନା ଯାନୀ, ଆଶାକର୍ମୀ ଜେମାରାଣୀ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମକୁ ଆସିଥିବା ଆମେରିକାର ଡାକ୍ତର ଜିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ ଅଧିକାରୀଗଣଙ୍କୁ ଗାଁ ମୁଣ୍ଡରୁ ଫୁଲ ଚନ୍ଦନ ଦେଇ, ନାମ ସଂକୀର୍ତ୍ତନ କରି ଅତିଥିମାନଙ୍କୁ ପାଛୋଟି ନେଇଥିଲେ ।

hiranchal ad1
Leave A Reply

Your email address will not be published.

11 + 2 =