ଦଶପଲ୍ଲାରେ ମହାବୀର ସେନାର ବିଶାଳ ଶୋଭାଯାତ୍ରା

0 294

ଦଶପଲ୍ଲା : ଦଶପଲ୍ଲା ଅଂଚଳରେ କ୍ରମବର୍ଦ୍ଧିଷ୍ଣୁ ବେଆଇନ ଅନୁପ୍ରବେଶକାରୀଙ୍କ କାର୍ଯ୍ୟକଳାପକୁ ନେଇ ଦଶପଲ୍ଲା ଅଂଚଳବାସୀ ଆଶଙ୍କିତ ହେବା ଫଳରେ ରବିବାର ଅପରାହ୍ଣ ୫ ଘଟିକା ସମୟରେ ଦଶପଲ୍ଲାର ବୁଦ୍ଧିଜୀବି ତଥା ସଚେତନ ନାଗରୀକମାନେ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିବା ସହିତ ଏହି ସମସ୍ୟାର ଆଶୁସମାଧାନ ନିମନ୍ତେ ଗୋଟିଏ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାଟି ତ୍ରିନାଥ ବଜାର ନିକଟସ୍ଥ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତୀ ନିକଟରୁ ଆରମ୍ଭ ହୋଲ ବିଶ୍ୱକର୍ମା ବଜାର, ହିନାଥ ବଜାର, ଗଜାନନ ବଜାର ବୀଣାପାଣି ବଜାର ଦୁର୍ଗା ବଜାର, ହନୁମାନ ବଜାର,ଲକ୍ଷ୍ମୀ ବଜାର ଓ ଗଣେଶ ବଜାର । ଅତିକ୍ରମ କରି ମହାବୀର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ମହାବୀରଙ୍କ ନିକଟରେ ବାଙ୍ଗଲାଦେଶ ଗଣହତ୍ୟାରେ ମୃତ୍ୟୁବରଣ କରିଥିବା ହଜାର ହଜାର ହିନ୍ଦୁଙ୍କ ଅମର ଆତ୍ମାର ଶାନ୍ତି ପାଇଁ ପ୍ରଦୀପ ପ୍ରଜ୍ଜଳନ କରି ଶ୍ରୀଶ୍ରୀ ରଘୁନାଥ ଜୀଉ ଓ ମହାବୀରଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଶୋଭାଯାତ୍ରା ମଧ୍ୟରେ ଅଧାବାଟରେ ଏ ଉଦ୍ଦେଶ୍ୟରେ ଭାରପ୍ରାପ୍ତ ନିରୀକ୍ଷକ ଦଶପଲ୍ଲୀଙ୍କୁ ଏକ ସ୍ମାରକପତ୍ର ଦିଆଯାଇ ଏହା ଉପରେ ଆଶୁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ଏଥିରେ ଦଶପଲ୍ଲାର ସମସ୍ତ ବଣିକ ସଂଘର ସଦସ୍ୟ ଓ ଜନସାଧାରଣ ସତଃପ୍ରବୃତ ଭାବରେ ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

15 − five =