ଦଶପଲ୍ଲା : ଜୟପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାମୀନାଥନ୍ ଫାଉଣ୍ଡେସନ ତରଫରୁ ଦଶପଲ୍ଲା ବ୍ଲକ୍ର ଆଦିବାସୀ ଅଧ୍ୟୁଷିତ ଘୁଗୁଡିପଡା ଗ୍ରାମ ପଂଚାୟତର ପ୍ରାୟ ୨୦୦ରୁ ଅଧିକ ଚାଷୀ ମାନଙ୍କୁ ଉନ୍ନତମାନର ବିରି ବିହନ କିଟ୍ ସହିତ ମୃତ୍ତିକା ବିଶୋଧନ ନିମନ୍ତେ ଆବଶ୍ୟକୀୟ ବିଶୋଧନ ସାମଗ୍ରୀ ପ୍ରଦାନ କରାଯାଇଛି । ଚାଷୀମାନେ କିଭଳି ଭାବରେ ଅଳ୍ପ ଜଳ ଓ ଅଳ୍ପ ପରିଶ୍ରମ କରି ରବି ଓ ଡାଲି ଜାତୀୟ ଫସଲରୁ ଅଧିକ ଲାଭବାନ ହୋଇପାରିବେ ସେ ବିଷୟରେ କର୍ମକର୍ତ୍ତାମାନେ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବ୍ଲକ୍ ଚେୟାରମ୍ୟାନ ସୁନନ୍ଦା ସାହୁ ଯୋଗଦେଇ ଚାଷୀମାନଙ୍କ ଉନ୍ନତି ପାଇଁ ଥିବା ବିଭିନ୍ନ ଯୋଜନା ବିଷୟରେ ଚାଷୀ ମାନଙ୍କୁ ବୁଝାଇଥିଲେ । ସ୍ୱାମୀନାଥନ୍ ଫାଉଣ୍ଡେସନ୍ର ସଂଯୋଜକ ସୂର୍ଯ୍ୟମଣୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା କୃଷି ବିଭାଗର କୃଷି ବିକାଶ ଅଧିକାରୀଙ୍କ ସମେତ, ଗ୍ରାମସେବକ ଦୁଃଖିଶ୍ୟାମ ନାଥ ଉପସ୍ଥିତ ରହିଥିବାବେଳେ ସ୍ଥାନୀୟ ସରପଞ୍ଚ ରମେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।