ଆତ୍ମସମର୍ପଣ କରିଥିବା ମାଓବାଦୀ ଧନଞ୍ଜୟ ଧରିଲେ ଆଣ୍ଟି ନକ୍ସଲ ପିପୁଲ୍‌ ପିସ୍‌ ଫୋର୍ସର ମଙ୍ଗ

0 327

ବାଲିଗୁଡ଼ା: କନ୍ଧମାଳ ପୋଲିସ୍‌ ପାଖରେ ଆତ୍ମସମର୍ପଣ କରିଥିବା ଦୁର୍ଦ୍ଦାନ୍ତ ମାଓବାଦୀ ଧନଞ୍ଜୟ ଗୋପେ ଓରଫ ସୁଧିର ଏଏନ୍‌ପିପିଏଫ୍‌ (ଆଂଟି ନକ୍ସଲ ପିପୁଲ ପିସ ଫୋର୍ସ)ରେ ଯୋଗ ଦେଇଛନ୍ତି । ସେ ଏଥର ମାଓବାଦୀଙ୍କ ଦମନରେ ସାମିଲ ହେବେ ବୋଲି ସୂଚନା ମିଳିଛି । ବିଶେଷ କରି ପିଏଲଜିଏ(ପିପୁଲ୍ସ ଲିବେରେଶନ୍‌ ଗରିଲା ଆର୍ମି) ବିରୋଧରେ ନିଜର କାର୍ଯ୍ୟ ଜାରି ରଖିବେ । ସେହିପରି ମାଓବାଦୀ ଅଧ୍ୟୁଷିତ ଅଂଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ମଧ୍ୟ ଜୋର ଦେବେ ବୋଲି ଆଣ୍ଟି ନକ୍ସଲ ପିପୁଲ୍‌ ପିସ୍‌ ଫୋର୍ସର ରାଜ୍ୟ ପ୍ରତିଷ୍ଠାତା ଭାରତ ଭୂଷଣ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ମାଓବାଦୀଙ୍କ ବର୍ତ୍ତମାନ ସ୍ଥିତି ଏବଂ ସେମାନଙ୍କ ଲଢେଇ କୌଶଳକୁ ନଜର କରି ଏଏନ୍‌ପିପିଏଫ୍‌ ରାଜ୍ୟ ନେତୃତତ୍ୱରେ ବହୁ ପରିବର୍ତ୍ତନ କରିଛି । ଏବେ ଏହାର ଦାୟିତ୍ୱ ଜଣେ ଆତ୍ମସମର୍ପିତ ମାଓବାଦୀ ସୁଧିରଙ୍କୁ ଦିଆଯାଇଛି । ସେ ମାଓବାଦୀଙ୍କ ଗିତିବିଧି ଏବଂ ସେମାନଙ୍କ ବିଭିନ୍ନ କାର୍ଯ୍ୟଶୌଳୀ ବିରୋଧରେ ଯୋଜନା କରି କାମ କରିବେ । ଆତ୍ମସମର୍ପଣ ପରେ ସୁଧିର ଦୀର୍ଘଦିନ ଧରି ଆଣ୍ଟି ନକ୍ସଲ ପିପୁଲ୍‌ ପିସ୍‌ ଫୋର୍ସ ସହ ସମ୍ପର୍କରେ ଥିଲେ । ତାଙ୍କ ଆଗ୍ରହ ଏବଂ ନେତୃତ୍ୱକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ଗ୍ରହଣ କରାଯାଇଛି । ସୁଚନାଯୋଗ୍ୟ ସୁଧିର ଦୀର୍ଘ ଦିନ ଧରି ଆନ୍ଧ୍ର ଡିଭିଜିନାଲ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନାମରେ ବିଭିନ୍ନ ରାଜ୍ୟରେ ୨୭ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ବେଳେ ତାଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କା ର ପୁରସ୍କାର ରାଶି ରହିଥିଲା । ସେ ବିଗତ ଦୁଇ ବର୍ଷ ତଳେ କେରାପୁଟ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ସରକାରଙ୍କ ପକ୍ଷରୁ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆ ଯାଇଥିଲା ।

hiranchal ad1
Leave A Reply

Your email address will not be published.

one × three =