ଚଣ୍ଡୀଖୋଲ : ଯାଜପୁର ଜିଲ୍ଲା ବାଲିସାହିରେ ଘଟିଛି ଅଭାବନୀୟ ଘଟଣା । ବଡଭାଇକୁ ଟ୍ରକ ଚଢାଇ ମାରିଦେଲା ସାନ ଭାଇ । ବାଲିସାହି ଗ୍ରାମର ଅକ୍ଷୟ ମଲ୍ଲିକ ଗତକାଲି ରାତିର ଘର ପାଖରେ ଏକ ପଡିଆରେ ବସିଥିବା ସମୟରେ ସାନଭାଇ ଟ୍ରକ ଚଢାଇ ଦେଇଥିଲେ । ଯାହା ଫଳରେ ଅକ୍ଷୟଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡିକାଲକୁ ସ୍ଥାନାନ୍ତର କରାଯାଇ ଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ଧରି ଅକ୍ଷୟ ମଲ୍ଲିକ ଓ ସାନଭାଇ ସୁଶାନ୍ତ ମଲ୍ଲିକ ଙ୍କ ମଧ୍ୟରେ ପାରିବାରିବ ବିବାଦ ଲାଗି ରହିଥିଲ ଯାହାର ଗତକାଲି ଏହାର କରୁଣ ପରିଣତି ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଜେନାପୁର ପୋଲିସ ପହଁଚି ସାନ ଭାଇ କୁ ଥାନା ରେ ଅଟକ ରଖିଥିବା ବେଳେ ଟ୍ରକ କୁ ଜବତ ରଖିବା ସହ ଘଟଣା ର ଅଧିକ ତଦନ୍ତ ଚଳାଇଛି ।