ଦଶପଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ

0 94

ଦଶପଲ୍ଲା : ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଯୋଗ ହେଉଛି ଏକ ଶ୍ରେଷ୍ଠ ମାଧ୍ୟମ । ଏହି ଅବସରରେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଦ୍ୟାଳୟ ମହାବିଦ୍ୟାଳୟ ସମେତ ଦଶପଲ୍ଲାର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ ହୋଇଯାଇଛି । ଆଜି ସକାଳୁ ସକାଳୁ ଦଶପଲ୍ଲାରେ ସିତାରାମ ୟୁଥ୍‌ କ୍ଲବ୍‌, ରାଷ୍ଟ୍ରୀୟ ସ୍ୱୟଂ ସଂଘ ସମେତ ଗଜାନନ ବଜାର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକ, ସାମିଲ ହୋଇ ଯୋଗ କରି ବେଶ୍‌ ଉତ୍ସାହିତ ହୋଇଥିଲେ । ଯୋଗ ମାଧ୍ୟମରେ ନିଜ ନିଜରର ସ୍ୱାସ୍ଥ୍ୟ, ଓ ମନକୁ ଶାନ୍ତି ପ୍ରଦାନ କରିବା ସହିତ କର୍ମ କ୍ଲାନ୍ତ ଜୀବନକୁ ହାଲ୍କା କରିବା ପାଇଁ ଏହା ଏକ ପ୍ରକୃଷ୍ଠ ମାଧ୍ୟମ ବୋଲି ଦଶପଲ୍ଲାର ବିଶିଷ୍ଠ ଯୋଗାଚାର୍ଯ୍ୟମାନେ ମତ ଦେଇଥିଲେ । ତତ୍‌ ସହିତ ଦଶପଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଛି । ଦଶପଲ୍ଲା ନରାଜିପଡା ସବ୍‌ ସେଣ୍ଟର ଅନ୍ତର୍ଗତ ସରିଗଣ୍ଡା ଗ୍ରାମର ଅଗ୍ରଣୀ ଆଶାକର୍ମୀ ବବିତା ପ୍ରଧାନଙ୍କ ଉଦ୍ୟମରେ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଆଶାକର୍ମୀଙ୍କ ସମେତ, ଗର୍ଭବତୀ, ପ୍ରସୂତି ଓ କିଶୋରୀ ବାଳିକାମାନଙ୍କୁ ମହିଳା ସ୍ୱାସ୍ଥ୍ୟ କର୍ମୀ କଲ୍ୟାଣୀ ପାଣିଗ୍ରାହୀ ଓ ଆଶାସାଥୀ ରଂଜୁବାଳା ଦାଶ୍‌, ଯୋଗର ଉପକାରୀତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ । କେବଳ ଯୋଗ ଦିବସ ନୁହେଁ, ଆମ୍ଭେ ପ୍ରତିଦିନ ଯୋଗାଭ୍ୟାସ କରିବାଦ୍ୱାରା ଆମ ଜୀବନ ସୁସ୍ଥ, ସୁନ୍ଦର ଓ ନିରାମୟ ହୋଇପାରିବ ବୋଲି ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଆଶାସାଥୀ ସମସ୍ତଙ୍କୁ ବୁଝାଇ ଥିଲେ ।

hiranchal ad1
Leave A Reply

Your email address will not be published.

12 + thirteen =