ଦାଦନ ଖଟିବାକୁ ଯାଇ ଗୋଡ଼ ହରାଇଲେ ଶ୍ରମିକ, ନ୍ୟାୟ ଦାବିରେ ଶ୍ରମ ଅଧିକାରୀ ନିକଟରେ ଅଭିଯୋଗ

0 243

ପାଟଣାଗଡ଼: ବେଲପଡା ଥାନା ମୁଣ୍ଡଦର ଗାଁର ଜଣେ ଶ୍ରମିକ ଦାଦନ ଖଟିବାକୁ ଯାଇ ନିଜ ଗୋଡ ହରାଇଛନ୍ତି । ଦିନେ ସେ ପରିବାର ପାଇଁ ସାହାରା ସାଜିଥିବା ବେଳେ ଆଜିବୋଝ ହୋଇପଡିଛନ୍ତି । ଦାଦନ ଶ୍ରମିକ ଜଣକ ହେଲେ ତୁମେଶ୍ୱର ଜାଲ । ନିକଟରେ ସେ ଭୁବନେଶ୍ୱରର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ । ବେଲପଡା ଥାନା ତେନ୍ତୁଳିମୁଣ୍ଡା ଗାଁର ଦାଦନ ଦଲାଲ ଅନ୍ତ ସୁନା କିଛି ଟଙ୍କା ବଇନା ଦେଇ ତୁଲେଶ୍ୱରକୁ ଭୁବନେଶ୍ୱରର ଏକ ଇଟାଭାଟିରେ କାମ କରିବାକୁ ନେଇଥିଲେ । ସେଠାରେ ତୁଲେଶ୍ୱର କିଛି ଦିନ ରହି କାମ କରିବା ବେଳେ ଦିନେ କାମ କରୁଥୁବା ବେଲେ ଇଟା କାନ୍ଥ ଭୁଶୁଡି ତୁମେଶ୍ୱରଙ୍କ ଗୋଡ଼ରେ ପଡିଥିଲା, ଯା ଫଳରେ ତୁମେଶ୍ୱରଙ୍କ ଡାହାଣ ଗୋଡରେ ଗଭୀର ଆଘାତ ହୋଇଛି । ତାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକ ହେଉଥିବାରୁ ଭାଙ୍ଗିପଡିଛନ୍ତି ପରିବାର ଲୋକ । ତାଙ୍କ ପରିବା ରେ ୫ଜଣ ସଦସ୍ୟ ଥିବାବେଳେ ପୁଅ ଝିଅ ମାନେ ଛୋଟ ଛୋଟ ଅଛନ୍ତି । କେମିତି ବାପାଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବେ ସେନେଇ ଚିନ୍ତାରେ ପଡିଛନ୍ତି । ଅନ୍ୟପଟେ ଦାଦନ ସର୍ଦ୍ଦାରକୁ ଚିକିତ୍ସା ପାଇଁ କହିବାରୁ କିଛି କଥା ଶୁଣୁନାହାନ୍ତି । ଶେଷରେ କିଛି ଉପାୟ ନପାଇଁ ପରିବାର ଲୋକ ତୁମେଶ୍ୱରକୁ ନେଇ ପାଟଣାଗଡ଼ ଶ୍ରମ ନିରୀକ୍ଷକ ପାଖକୁ ନେଇଛନ୍ତି । ସର୍ଦ୍ଦାରଙ୍କ ଉପରେ କାର୍ଯାନୁଷ୍ଠାନ କରି ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଲିଖିତ ଅଭିଯୋଗ କରିଛନ୍ତି ।

hiring
hiranchal ad1
Leave A Reply

Your email address will not be published.

three × two =