ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ପାଳିତ

0 62

ପାରଳାଖେମୁଣ୍ଡି : ସ୍ଥାନୀୟ ସାଇନଗରସ୍ଥିତ ଭାଗିରଥି ପାଢି ସ୍ମୃତି କଳା ପରିଷଦ ଭବନରେ ଭକ୍ତିସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ ସଭାପତିତ୍ୱ କରିବା ସହ ଦେବୀ ମଠର ମହନ୍ତ ମହାରାଜ ରାମାନନ୍ଦ ଦାସଜୀ, ଗୁରୁ ରଘୁନାଥ ପାତ୍ର ଓ ଗୁରୁ ଏମ୍‌ ମାଧବ ପାତ୍ର ମଞ୍ଚାସୀନ ହୋଇଥିଲେ ।
ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା ଗାନ କରିବା ସହ ଫୁଲ, ଚନ୍ଦନ ଦେଇ ଗୁରୁପୂଜନ କରିଥିଲେ ।

ମୁଖ୍ୟ ଅତିଥି ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ ଉପସ୍ଥିତ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଗୁରୁ ଦିବସ ପାଳନର ତାତ୍ପର୍ଯ୍ୟ ଓ ଗରୁଶିଷ୍ୟ ପରମ୍ପରାର ଉଚ୍ଚ ମୂଲ୍ୟବୋଧ ଉପରେ ଆଲୋକପାତ କରିବା ସହ ସମସ୍ତଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ । ସେହିପରି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ ନିଜ ଅଭିଭାଷଣରେ ଅନୁଷ୍ଠାନଟି ଦୁଇଜଣ ଗୁରୁଙ୍କ ତତ୍ତ୍ୱାବଧାନରେ ଉଚ୍ଚକୋଟିର ଶିକ୍ଷାଦାନ ପ୍ରଦାନ କରୁଥିବା ପ୍ରକାଶ କରିଥିଲେ । ଗୁରୁ ରଘୁନାଥ ପାତ୍ରଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଆକାଶବାଣୀ ଓ ଦୂରଦର୍ଶନରେ ନିଜର ପ୍ରତିଭା ପ୍ରଦର୍ଶନ କରି ଅନୁଷ୍ଠାନର ଗୌରବ ଦ୍ୱିଗୁଣିତ କରିଥିବା ପ୍ରକାଶ କରିଥିଲେ ।

hiring

ସେହିପରି ଗୁରୁ ରଘୁନାଥ ପାତ୍ର ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ପାଠପଢା ସହିତ ସଙ୍ଗୀତକୁ ମଧ୍ୟ ସମାନ ଗୁରୁତ୍ୱ ଦେଇ ଅଭ୍ୟାସ କରିବା ପାଇଁ ପରାମର୍ଶ ଦେଇଥିଲେ । ଗୁରୁ ମାଧବ ପାତ୍ର ସଙ୍ଗୀତ ବିଦ୍ୟାଳୟର ପୂର୍ବତନ ଗୁରୁ ସ୍ୱର୍ଗତ ବିଜୟ ଚନ୍ଦ୍ର ପ୍ରଧାନଙ୍କ ସ୍ମୃତିଚାରଣ କରି ଭାବବିହ୍ୱଳ ହୋଇ ପଡିଥିଲେ । ଅଭିଭାବକ ମାନେ ମଧ୍ୟ ଗୁରୁପୂଜନ ଉତ୍ସବ ଓ ସଙ୍ଗୀତ ଶିକ୍ଷା ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମତି ସ୍ନିଗ୍ଧା ମିଶ୍ର ଓ ରାଜେନ୍ଦ୍ର କୁମାର ରଥ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 3 =