ଗୋପାଳପୁର ଗଣଦୁଷ୍କର୍ମ ମାମଲା: କୋର୍ଟରେ ୩ ନାବାଳକଙ୍କ ଚାର୍ଜଫ୍ରେମ୍

0 128

ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ସୋମବାର ୩ଜଣ ନାବାଳକ (୧୭ ବର୍ଷ)ଙ୍କ ନାମରେ ଜୁନିୟର କୋର୍ଟ ତଥା ଏଡିଜେ-୨ରେ ଚାର୍ଜଫ୍ରେମ୍‌ ହୋଇଛି । ତିନି ନାବାଳକଙ୍କୁ କୋର୍ଟରେ ହାଜର କରାଯାଇଥିଲା ।  ସେମାନଙ୍କ ନାଁରେ ରୁଜୁ ହୋଇଥିବା ମାମଲା ସମ୍ପର୍କରେ କୁହାଯାଇଥିଲା । ପୂର୍ବରୁ ୧୬ବର୍ଷରୁ  କମ୍‌ ବୟସର ଜଣେ ନାବାଳକ ନାମରେ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ଚାର୍ଜଫ୍ରେମ୍‌ ହୋଇସାରିଛି । ମାମଲାର ବିଚାର ଏଡିଜେ-୨ କୋର୍ଟରେ ଚାଲିଥିବା ବେଳେ ଅନ୍ୟ ୬ଜଣ ସାବାଳକ ଅଭିଯୁକ୍ତଙ୍କ ନାମରେ ବି ଚାର୍ଜଫ୍ରେମ୍‌ ହେବାର ଥିଲା । କିନ୍ତୁ ଅଭିଯୁକ୍ତଙ୍କ ଓକିଲ ସମୟ ମାଗିଥିଲେ । ଫଳରେ କୋର୍ଟ ଆସନ୍ତା ୧୭ ତାରିଖରେ ସେମାନଙ୍କ ନାମରେ ଚାର୍ଜଫ୍ରେମ୍‌  କରିବାକୁ ଧାର୍ଯ୍ୟ କରିଥିବା ଅତିରିକ୍ତ ପିପି ଇସ୍ମାଇଲ୍‌ ମହମ୍ମଦ ସୂଚନା ଦେଇଛନ୍ତି । ଚାର୍ଜଫ୍ରେମ୍‌ ପରେ ଏହି ମାମଲାର ବିଚାର ଆରମ୍ଭ ହେବ ।

hiring

ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍‌ରୁ ବାଦ୍‌  ପଡ଼ିଥିବା ଅଭିଯୁକ୍ତ ଓମ୍‌ ପ୍ରଧାନଙ୍କୁ ମାମଲାରୁ ବାଦ୍‌ ଦେବାକୁ ହୋଇଥିବା ଡିସ୍‌ଚାର୍ଜ ପିଟିସନ୍‌ ଗତ ୬ ତାରିଖରେ କୋର୍ଟ ଖାରଜ କରିସାରିଛନ୍ତି । ଓମ୍‌ଙ୍କ ଜାମିନ ଆବେଦନକୁ ମଧ୍ୟ ପୂର୍ବରୁ କୋର୍ଟ ଖାରଜ କରି ଦେଇଛନ୍ତି । କ୍ରାଇମ୍‌ବ୍ରାଞ୍ଚ୍‌ ଏହି ମାମଲାର ଚାର୍ଜସିଟ୍‌ ବ୍ରହ୍ମପୁର ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ)ରେ ଦାଖଲ ପରେ ଜେଏମ୍‌ଏଫ୍‌ସି ଓମ୍‌କୁ ଅଭିଯୁକ୍ତ ଭାବେ  ଗ୍ରହଣ କରି କେସ୍‌ ଫାଇଲ୍‌ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର  କରିଥିଲେ । ଜିଲ୍ଲା କୋର୍ଟ ଏହି ମାମଲାର ବିଚାର ପାଇଁ ଏଡିଜେ-୨କୁ ପଠାଇଥିଲେ ।  

ସୂଚନାଯୋଗ୍ୟ, ଜୁନ୍‌ ୧୫ ତାରିଖ ସନ୍ଧ୍ୟାରେ  ଜଣେ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁ ଗୋପାଳପୁର  ବେଳାଭୂମି ବୁଲିବାକୁ ଯାଇଥିଲେ । ସନ୍ଧ୍ୟା ୭ଟାରେ  ସେମାନେ ପାନ୍ଥ ନିବାସ ପଛରେ ବସିଥିବା  ବେଳେ ଅଭିଯୁକ୍ତମାନେ ଅସଦାଚରଣ କରିବା  ସହ ଦୁଷ୍କର୍ମ କରିଥିଲେ । ଗୋପାଳପୁର ଥାନା  ପୁଲିସ ୧୦ ଜଣଙ୍କୁ ଗିରଫ କରିଥିଲା ।

hiranchal ad1
Leave A Reply

Your email address will not be published.

15 − two =