ପୁରୀ ଜିଲ୍ଲାରେ ମଇ ୨୫ ଓ ଜୁନ ୧ରେ ସାଧାରଣ ନିର୍ବାଚନ

0 103

ପୁରୀ : ପୁରୀ ଜିଲ୍ଲାର ୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୧୭ ପୁରୀ ଲୋକସଭା ଅଧିନରେ ଥିବା
ବ୍ରହ୍ମଗିରି, ସତ୍ୟବାଦୀ, ପୁରୀ ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମଇ ୨୫ ତାରିଖ ଏବଂ ୧୬ ଜଗତସିଂହପୁର ଲୋକସଭା ନିର୍ବାଚନ ଅଧିନରେ ଥିବା ନିମାପଡା ଓ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଜୁନ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ପୁରୀ ଜିଲ୍ଲାର ୧୫୯୮ ଗୋଟି ମତଦାନ କେନ୍ଦ୍ର ରେ ମତଦାତା ମାନେ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।
ଆଜି ସର୍କିଟ ହାଉସ ଠାରେ ନିର୍ବାଚନ ତାରିଖ ଘୋଷଣା, ଆଦର୍ଶ ଆଚରଣ ବିଧି ପାଳନ ଓ ନିର୍ବାଚନ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିବିଧ ସୂଚନା ପ୍ରଦାନ କରାଯାଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିବା ସମୟରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ଯାଇଥିବାରୁ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।୧୭ ପୁରୀ ଲୋକସଭା ଓ ତତ୍ ଅନ୍ତର୍ଗତ ବିଧାନସଭା ଆସନ ପାଇଁ ଅପ୍ରେଲ ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଆରମ୍ଭ ହେବ।ମଇ ୬ ତାରିଖ ନାମାଙ୍କନ ଦାଖଲ ର ଶେଷ ତାରିଖ ଥିବା ବେଳେ ୭ ତାରିଖ ଯାଞ୍ଚ ଓ ୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ର ଶେଷ ତାରିଖ ରଖାଯାଇଛି। ମଇ ୨୫ ତାରିଖ ରେ ମତଦାନ ଅନୁଷ୍ଠିତ ହେବ।ସେହିପରି ୧୬ ଜଗତସିଂହପୁର ଲୋକସଭା ଅନ୍ତର୍ଗତ କାକଟପୁର ଓ ନିମାପଡା ବିଧାନସଭା ଆସନ ପାଇଁ ମଇ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଆରମ୍ଭ ହେବ।ମଇ ୧୪ ତାରିଖ ନାମାଙ୍କନ ଦାଖଲ ର ଶେଷ ତାରିଖ ଥିବା ବେଳେ ୧୫ ତାରିଖ ଯାଞ୍ଚ ଓ ୧୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ର ଶେଷ ତାରିଖ ରଖାଯାଇଛି। ଜୁନ ୧ ତାରିଖ ରେ ମତଦାନ ଅନୁଷ୍ଠିତ ହେବ।ଜୁନ ୪ ତାରିଖରେ ଭୋଟ ଗଣତି କରାଯିବ ଓ ନିର୍ବାଚନ ପ୍ରକ୍ରିୟା ଜୁନ ୬ ତାରିଖରେ ସମାପନ ହେବ ବୋଲି ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ।
୧୭ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ଭାବେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ରହିଥିବା ବେଳେ,୧୦୫ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,୧୦୬ ନିମାପଡା ବିଧାନସଭା ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ,୧୦୭ ପୁରୀ ବିଧାନସଭା ପାଇଁ ଉପଜିଲ୍ଲାପାଳ ଗୋପୀନାଥ କୁଅଁର,୧୦୮ ବ୍ରହ୍ମଗିରି ବିଧାନସଭା ପାଇଁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି,୧୦୯ ସତ୍ୟବାଦୀ ବିଧାନସଭା ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଓ ୧୧୦ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝି ନିର୍ବାଚନ ଅଧିକାରୀ ବା ରିଟର୍ଣ୍ଣିଂ ଅଫିସର ଭାବେ କାର୍ଯ୍ୟ ସମ୍ପାଦନ କରିବେ।
ଜିଲ୍ଲାରେ ମୋଟ ୧୫୯୮ ଗୋଟି ମତଦାନ କେନ୍ଦ୍ର ମଧ୍ୟରୁ ୧୪୨୨ଟି ଗ୍ରାମାଞ୍ଚଳରେ ଓ ୧୭୬ ଟି ସହରାଞ୍ଚଳରେ ରହିଛି।ମୋଟ ୧୪୦୫୬୫୪ ଜଣ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ।ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୨୨୦୯୬,ଥିବା ବେଳେ ୬୮୩୪୭୪ ମହିଳା ଭୋଟର ଓ ୮୪ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ନିର୍ବାଚନ ପାଇଁ ନିୟୋଜିତ ଥିବା ସମସ୍ତ ୧୧୫୬୨ ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।ଆଦର୍ଶ ଆଚରଣ ବିଧିର ପାଳନ ଓ କଡାକଡି ତଦାରଖ ପାଇଁ ଉପଜିଲ୍ଲାପାଳଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି।ନିର୍ବାଚନ ର ସୁପରିଚାଳନା ପାଇଁ ବିଭିନ୍ନ ଟିମ ଯଥା ଖର୍ଚ୍ଚ ତଦାରଖ ଟିମ,ଆକାଉଣ୍ଟସ ଟିମ,ଷ୍ଟାଟିକ ସର୍ଭିଲାନ୍ସ ଟିମ, ଫ୍ଲାଇଙ୍ଗ ସ୍କାର୍ଡ,ଏମ ସି ସି ଟିମ, ଏମସିଏମସି, ଭିଡିଓ ସର୍ଭିଲାନ୍ସ, ଭିଡିଓ ଭିଉଙ୍ଗି ଟିମ କାର୍ଯ୍ୟ କରୁଛି।ସମସ୍ତ ଭୋଟର ମାନେ ବିଶେଷ କରି ନୂତନ ଭୋଟର ମାନଙ୍କୁ ନିଶ୍ଚିତ ମତଦାନ ପାଇଁ ଉତ୍ସାହିତ କରାଯାଉଛି ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ।ଅପରପକ୍ଷରେ ନିର୍ବାଚନ ସମ୍ପର୍କରେ କୌଣସି ଅଭିଯୋଗ ପାଇଁ ଅଭିଯୋଗ ପ୍ରକୋଷ୍ଠ ସହ କଣ୍ଟ୍ରୋଲ ରୁମ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ରେ ଖୋଲା ଯାଇଛି।ଏହି କଣ୍ଟ୍ରୋଲ ରୁମ ର ନମ୍ବର ୧୯୫୦ ରହିଛି।ସେହି ପରି ଆଇନ ଶୃଙ୍ଖଳା ରକ୍ଷା ସହ ନିର୍ବାଚନ ସମୟରେ ନିୟମିତ ଧରପଗଡ଼ ପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି ବୋଲି ଏସପି ପିନାକ ମିଶ୍ର ସୂଚନା ଦେଇଥିଲେ।ଏହି ଗଣମାଧ୍ୟମ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝୀ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନୀଷା ଷଡ଼ଙ୍ଗୀ,ଏନ ଆଇ ସି ର ଡିଆଇଓ ବିଶ୍ୱନାଥ ପଣ୍ଡା ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

hiranchal ad1
Leave A Reply

Your email address will not be published.

5 × three =