ଗୋଟିଏ ରାତ୍ରିରେ ତିନି ମନ୍ଦିରରୁ ଚୋରି

0 240

ହରଭଙ୍ଗା: ବିଜ୍ଞାନ ଯୁଗରେ ମନୁଷ୍ୟ ଧର୍ମ ଛାଡିବା ସହିତ ବିଭିନ୍ନ ଦେବଦେବୀଙ୍କୁ ନ ମାନି ମନ୍ଦିର, ମସଜିଦ ଭାଙ୍ଗି ବିଧର୍ମୀ ହେବା ସହିତ ସଂସ୍କୃତି ଓ ପରମ୍ପରାକୁ ବିଲୁପ୍ତ କରିବାରେ ପଛାଉ ନାହାଁନ୍ତି । ଏମିତି ଏକ ନିଛାଟ ସତ୍ୟ ଘଟଣା ଆଜି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ । ସୂଚନା ମତେ ବ୍ଲକ ର ୫୭ନଂ ଜାତୀୟ ରାଜପଥ କଡରେ ଥିବା ହରେକୃଷ୍ଣ ପୁର ହରିହର ମନ୍ଦିର, ବୃନ୍ଦାବନର ଦୁର୍ଗା ମନ୍ଦିରରୁ ଗତକାଲି ରାତ୍ରିରେ ଦୁର୍ବୃତ୍ତ ମାନେ ତାଲା ଭାଙ୍ଗି ଚୋରି କରିଥିବା ଜଣା ପଡିଛି । ହରି ମନ୍ଦିରରୁ ସୁନା, ରୁପା ଓ ପିତଳ ପ୍ରତିମା, ଥାଳ,ଦାନ ଟଙ୍କା ସହିତ ହର ମନ୍ଦିରରୁ ଶିବ ଓ ପାର୍ବତୀଙ୍କ ପ୍ରତିମା, ଘଣ୍ଟ,ନାଗ ପ୍ରତିମା, ଏକ ପାଣି ମୋଟର, ମାଇକ ସେଟ ଆଦି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଏବଂ ବୃନ୍ଦାବନ ଦୁର୍ଗା ମନ୍ଦିରରୁ ପ୍ରତିମା, ଥାଳ, ଘଣ୍ଟ ଦାନ ବାକ୍ସ ଆଦି ଚୋରି ହୋଇଛି । ସକାଳୁ ପୂଜକ ମାନେ ମନ୍ଦିରକୁ ଯିବାରୁ ଚୋରି ହୋଇଥିବା ସମ୍ପର୍କରେ ଗ୍ରାମରେ ଓ ମନ୍ଦିର କମିଟିକୁ ଖବର ଦେବାରୁ ସମସ୍ତେ ଏକତ୍ରିତ ହୋଇ ଘଟଣା ସମ୍ପର୍କରେ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ ଓ ବୌଦ୍ଧ ପିସିଆର ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବାର ସୋଲିସ ସୂତ୍ରରୁ ଜଣାପଡିଛି । ଅନ୍ୟପଟେ ରାଜ୍ୟ ସରକାର ମନ୍ଦିର,ମଠ, ମସଜିଦ ଗୁଡିକର ଉନ୍ନତି ଓ ନୂତନୀକରଣ ପାଇଁ କୋଟି କୋଟି ଅର୍ଥ ଖର୍ଚ୍ଚ କରୁଥିବା ବେଳେ ବୌଦ୍ଧ ଜିଲ୍ଲାର ମନ୍ଦିର ଗୁଡିକରେ ଦିନକୁ ଦିନ ଚୋରି ବୃଦ୍ଧି ପାଉଛି । ପୋଲିସ ପ୍ରଶାସନର କାର୍ଯ୍ୟ ଦକ୍ଷତା ଶିଥିଳ ହେଉଥିବା ନେଇ ସାଧାରଣରେ ମତ ପ୍ରକାଶ ପାଉଛି ।

hiring

hiranchal ad1
Leave A Reply

Your email address will not be published.

four × one =