ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା

0 308

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ୱିତୀୟ ସନ୍ଧ୍ୟାରେ ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା ଆୟୋଜିତ କୃଷ୍ଣ ଗୁରୁ ଓ ଦଣ୍ଡ ନୃତ୍ୟ ପରିବେଷଣ ଏବଂ ମା ଙ୍କ ଠାରେ ସନ୍ଧ୍ୟା ଆଳତି ଅର୍ପଣ କରାଯାଇଥିଲା । ପରେ ମଞ୍ଚକୁ ନିମନ୍ତ୍ରିତ ଅତିଥିଙ୍କୁ ଆମନ୍ତ୍ରିତ ଓ ପରିଚୟ ପ୍ରଦାନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ,ସମ୍ମାନିତ ଅତିଥି ଭାବେ ହରଭଙ୍ଗା ତହସିଲଦାର ଶିବାନୀ ଦାସ, ୮ନଂ ଜିଲ୍ଲାପରିଷଦ ତାରାମଣୀ ପ୍ରଧାନ, ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି, ରାଜ୍ୟ ସଂସ୍କୃତି ଓ କଲାପରିଷଦ ଅଧକ୍ଷ ଲଷ୍ମୀଧର ସାହୁ, ପୁରୁଣାକଟକ ପଞ୍ଚାୟତ ସମିତି ମେମ୍ବର ସରୋଜ ପ୍ରଧାନ ଓ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ରହିଥିଲେ । ଉକ୍ତ ମଞ୍ଚ ପରିଚାଳନା କାର୍ଯ୍ୟକ୍ରମ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣୀଆଁ, ମନୋଜ ପାଠି ତୁଲାଇ ଥିବା ବେଳେ ଅଶୋକ ମହାନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା କରିଥିଲେ । ସନ୍ଧ୍ୟା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍କୁଲ,ଭୈରବୀ +୨ମହାବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତିଲେଶ୍ୱର, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, କସ୍ତୁରବା ବାଳିକା ବିଦ୍ୟାଳୟ, ପୁରୁଣାକଟକ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡ଼ଶୀ, ଆଧୁନିକ ଓ ସମ୍ବଲପୁରୀ ନୃତ୍ୟ ଗୀତ ସହିତ ଆଦିନୃତ୍ୟ କଳା ଏକାଡେମୀ -କଲିକତା, ସୃଷ୍ଟି ଗୋଟିପୁଅ ନୃତ୍ୟ ପୁରୀ, ଆଦିବାସୀ ନୃତ୍ୟ ଫୁଲବାଣୀ ଦର୍ଶକ ଙ୍କୁ ମୁଗ୍ଧ କରିଥିଲା । କଳା, ସଂସ୍କୃତି, ପରମ୍ପରା, ଭକ୍ତି ଓ ଭାବନାର ଏହି ମା ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ବାନ୍ଧି ରଖିବ ୬ଦିନ ପର୍ଯ୍ୟନ୍ତ ଅଂଚଳ ବାସୀଙ୍କୁ । ଉକ୍ତ କାର୍ଯ୍ୟକ୍ରମରେ କମିଟିର ଉପସଭାପତି ସରୋଜ ପ୍ରଧାନ, ଆବାହକ ବିଭୁଦତ୍ତ ବୋଷ,ସମ୍ପାଦକ ଅଶୋକ ସେଠି, ସହ ସମ୍ପାଦକ ସୁବାସ ପ୍ରଧାନ, ସାଙ୍ଗଠନିକ ସମ୍ପାଦକ ପ୍ରାଣବନ୍ଧୁ ପ୍ରଧାନ, ଶୁଭ୍ରଜିତ ପ୍ରଧାନ,ସଦସ୍ୟ ସତୀଶ ବେହେରା, ବିଜୟ କହଁର, ସୁକାନ୍ତ ପଟ୍ଟନାୟକ,କୈଳାସ ଅଗ୍ରୱାଲା, ସରୋଜ ପ୍ରଧାନ ପ୍ରମୁଖ ସମସ୍ତ ସଦସ୍ୟଙ୍କ ସଂପୂର୍ଣ୍ଣ ସହଯୋଗ କରିଥିବା ବେଳେ ବାଦ୍ୟ ଯନ୍ତ୍ର ର ସ୍ୱର ଦାନ କରିଥିଲେ ବ୍ରହ୍ମା କୁମାର ଓ ତାଙ୍କ ସାଥି ।

hiranchal ad1
Leave A Reply

Your email address will not be published.

eight + four =