ବିକାଶ ଫାଉଣ୍ଡେସନ ପକ୍ଷରୁ ପଡିଆବାହାଲରେ ମେଗା ସ୍ୱାସ୍ଥ୍ୟ ଶିବିର

0 85

ସମ୍ବଲପୁର: ସ୍ଥାନୀୟ ପଡିଆବାହାଲ ପ୍ରାଙ୍ଗଣରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବିକାଶ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଶିବିରରେ ଅସ୍ଥିଶଲ୍ୟ, ଭେଷଜ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ନିଦାନ ଓ ଚିକିତ୍ସା ସେବା ପ୍ରଦାନ କରାଯାଇଛି । ଏହା ସହିତ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ରୋଗର ପରୀକ୍ଷା କରାଯାଇ ନିଶୁଳ୍କ ଔଷଧ ଯୋଗାଇ ଦିଆଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାହାମ ସରପଞ୍ଚ ସରସ୍ୱତୀ ଭୋସାଗରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର କୁମାର ମହାପାତ୍ର ମୁଖ୍ୟ ଅତିଥି ଓ କବରାପାଲି ସମିତି ସଭ୍ୟା ବନିତା ଓରାମ, ଜୟନ୍ତପୁର ସମିତି ସଭ୍ୟା ଅନିତା ପ୍ରଧାନ, ଯୁଯୋମୁରା ସମିତି ସଦସ୍ୟ ଜୟନ୍ତ ପ୍ରଧାନ, ଟିକି ପ୍ରଧାନ, ବିନୋଦ ମେହେର, ସୁସ୍ମିତା ଦେହୁରୀ, ନିତ୍ୟାନନ୍ଦ ସିଂ ଓ ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥିମାନଙ୍କ ଗହଣରେ ମୁଖ୍ୟ ଅତିଥି ଫିତା କାଟି ଶିବିରକୁ ଉଦଘାଟନ କରିବା ପରେ ଚିକିତ୍ସା ସେବା ଆରମ୍ଭ ହୋଇଥିଲା । ଶିବିରରେ ଏକ ହଜାରରୁ ଉର୍ଦ୍ଧ୍ୱ ରୋଗୀ ପଞ୍ଜିକୃତ କରି ଚିକିତ୍ସା ସେବା ନେଇଥିଲେ । କାର୍ଯ୍ୟକ୍ରମକୁ ଅଞ୍ଚଳର ସ୍ୱେଚ୍ଛାସେବୀ ଓ ବିକାଶ ଫାଉଣ୍ଡେସନ୍‌ ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ଅସୀତ କୁମାର ପ୍ରଧାନ ଓ ଅଭୟ କୁମାର ବଗର୍ତ୍ତି ପରିଚାଳନା କରିଥିବା ବେଳେ ସଦର ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରା ଯାଇଥିଲା ।

hiranchal ad1
Leave A Reply

Your email address will not be published.

4 × 3 =