ସମ୍ବଲପୁରର ନୂଆ ଏସପି ଭାବେ ମୁକେଶ ଭାମୁଙ୍କ ନିଯୁକ୍ତି

0 59

ସମ୍ବଲପୁର: ସମଗ୍ର ରାଜ୍ୟରେ ଉଚ୍ଚ ପୁଲିସ ଅଧିକାରୀ (ଆଇପିଏସ) ସ୍ତରରେ କିଛି ଅଦଳ ବଦଳ କରାଯାଇଛି । ଏହି କ୍ରମରେ ସମ୍ବଲପୁର ଏସପି ବାଟୁଲା ଗଙ୍ଗାଧରଙ୍କ ବଦଳି ମୟୁରଭଞ୍ଜ ଜିଲ୍ଲାରେ ଏସପି ରୂପେ କରାଯାଇଛି ଓ ତାଙ୍କ ସ୍ଥାନରେ ରାଉରକେଲାରେ ଏସପି ପଦସ୍ଥ ଥିବା ୨୦୧୩ ର‍୍ୟାଙ୍କର ଆଇପିଏସ ଅଧିକାରୀ ମୁକେଶ କୁମାର ଭାମୁଙ୍କୁ ନିଯୁକ୍ତି ଘୋଷଣା କରାଯାଇଛି । ଏହା ପୂର୍ବରୁ ଶ୍ରୀ ଭାମୁ କୋରାପୁଟ ଓ ରାଉରକେଲା ରେ ଅବସ୍ଥାପିତ ରହି ଜଣେ ସଫଳ ପୁଲିସ ଅଧିକ୍ଷକ ଭାବେ ତାଙ୍କର ଦାୟିତ୍ୱ ସଫଳତାର ସହିତ ନିର୍ବାହ କରି ଆସିଛନ୍ତି । ବିଗତ ଡିସେମ୍ବର ୧୨ ତାରିଖ ଦିନ ଏଠାରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଗଢି ଉଠିଥିବା ଆନ୍ଦୋଳନ ସମୟରେ ନିଜ ଭୂମିକାକୁ ନେଇ ଏସପି ବିବାଦର ଘେରକୁ ଆସିଥିଲେ । ଅବଶ୍ୟ ସେତେବେଳେ ଉକ୍ତ ଆନ୍ଦୋଳନକୁ ନିୟନ୍ତ୍ରଣରେ ଆଣିବା ପାଇଁ ରାଜ୍ୟ ସରକାରଙ୍କ ତାଙ୍କର ପ୍ରଶଂସା କରିଥିଲେ, କିନ୍ତୁ ସେ ଆଉ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇ ରହି ନଥିଲେ । ପରବର୍ତ୍ତୀ କାଳରେ ହନୁମାନ ଜନ୍ମୋତ୍ସବର ଆୟୋଜନ ସମୟରେ ସେ ପୁଣି ବିବାଦକୁ ଆସିଥିଲେ । ଏହି ଅବସରରେ ହୋଇଥିବା ପଥର ମାଡ଼ ଘଟଣାରେ ଦଶରୁ ଉର୍ଦ୍ଧ୍ୱ ସଂଖ୍ୟକ ପୁଲିସ କର୍ମଚାରୀ ଆହତ ହୋଇଥିଲେ ଓ ସେଥିରେ ଜଣେ ଏଏସପି ଓ ତିନି ଜଣ ଇନ୍ସପେକ୍ଟର ସାମିଲ ତଥା ଆକ୍ରମଣକାରୀଙ୍କ ଚିହ୍ନଟ ସତ୍ତେ୍ୱ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନକରି ଏସପି ଗଙ୍ଗାଧର ଅନେକ ଆଲୋଚନାର ଶିକାର ହୋଇଥିଲେ । ଗୁରୁବାର ଦିନ ପୁଲିସ ପ୍ରଶାସନରେ ଏହି ପରିବର୍ତ୍ତନ ବିଷୟରେ ଅଧିସୂଚନା ଜାରି କରାଯାଇଛି ଓ ଅତିଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

thirteen − nine =