ବେଳାଭୂମି ସଫେଇ ଓ ଏୟାର ସୋ ପାଇଁ ପ୍ରସ୍ତୁତି ବୈଠକ

0 92

ପୁରୀ : ଆସନ୍ତା ୧୭ରେ ବେଳାଭୂମି ସଫେଇ ଓ ୧୮ର ଏୟାର ସୋ କୁ ସଫଳ କରିବା ପାଇଁ ଏକ ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ବର୍ମା ଚଳିତ ମାସ ୧୮ ତାରିଖ ସକାଳ ୧୦.୨୦ ମିନିଟ ରୁ ସକାଳ ୧୧ ଘଟିକା ପର୍ଯ୍ୟନ୍ତ ରାଜଭବନ ପାର୍ଶ୍ୱ ବ୍ଲୁ ଫ୍ଲାଗବିଚ ଠାରେ ବାୟୁସେନା ପକ୍ଷରୁ ଏୟାର ସୋ ଅନୁଷ୍ଠିତ ହେବ ବୋଲି କହିଥିଲେ । ପୁରୀରେ ପ୍ରଥମ ଥର ପାଇଁ ଏୟାର ସୋ ହେବା ଏକ ଗୌରବର ବିଷୟ ବୋଲି କହିବା ସହ ଏହାକୁ ସମସ୍ତଙ୍କ ସହଯୋଗରେ ସଫଳ କରିବା ପାଇଁ ଅନୁରୋଧ କରିଥିଲେ । ସେହିପରି ୧୭ ତାରିଖରେ ବେଳା ଭୂମି ସଫେଇ ୬ ବାଟାଲିଆନର କର୍ମଚାରୀ, ପୁରୀ ମୁନିସିପାଲଟି, ଏନସିସି କ୍ୟାଡେଟ, ବ୍ୟବସାୟୀ, ସ୍ୱେଚ୍ଛାସେବୀ ଓ ସାଧାରଣ ବ୍ୟକ୍ତି ମାନଙ୍କୁ ନେଇ ଅନୁଷ୍ଠିତ ହେବ । ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଥିଲେ । ପେଣ୍ଠକଟା ଠାରୁ ବ୍ଲୁ ଫ୍ଲାଗବିଚ ପର୍ଯ୍ୟନ୍ତ ଓ ଭିକ୍ଟୋରିଆ ହୋଟେଲ ଠାରୁ ବ୍ଲୁ ଫ୍ଲାଗବିଚ ପର୍ଯ୍ୟନ୍ତ ୬ ବାଟାଲିଆନର ଯବାନ, ପୌର କର୍ମଚାରୀ, ଏନସିସି କ୍ୟାଡେଟ, ବିଭିନ୍ନ ବ୍ୟବସାୟୀ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ସ୍ୱେଚ୍ଛାସେବୀ ଓ ସାଧାରଣ ଲୋକ ମାନେ ସକାଳ ୬ ଠାରୁ ସଫେଇ କରି ବ୍ଲୁ ଫ୍ଲାଗବିଚ ଠାରେ ପହଞ୍ଚିବେ । ବ୍ଲୁ ଫ୍ଲାଗବିଚ ଠାରେ ପୂର୍ବାହ୍ନ ୭ ଘଟିକା ରେ ସଚେତନତା କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ଶପଥ ପାଠ ଅନୁଷ୍ଠିତ ହେବ । ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକା କଳାରେ ସଚେତନତା ବାର୍ତ୍ତାର ବ୍ୟବସ୍ଥା କରାଯାଇଛି । ଏହାକୁ ସଫଳ କରିବା ପାଇଁ ବିଭିନ୍ନ ବିଭାଗକୁ ପ୍ରଦାନ କରାଯାଇଥିବା ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏୟାର ସୋ ଅବସରରେ ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ସୋ ଦେଖିବାର ସୁ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପ୍ରଚାର ପ୍ରସାର ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ବୈଠକରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର ପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଅତିରିକ୍ତ ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା,୬ ବାଟାଲିଆନର ସୁବେଦାର ମେଜର ରୋହତାଶ ,କ୍ରୀଡା ଅଧିକାରୀ ଚନନ୍ଦ ସାହୁ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

10 − 8 =