ପାଟଣାଗଡ: ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ସରାକାରୀ ଦଳ ଉପ ମୁଖ୍ୟ ସଚେତକ ସରୋଜ କୁମାର ମେହେର ସାରା ପଶ୍ଚିମ ଓଡିଶାରେ ନିଜ କାର୍ଯ୍ୟଦକ୍ଷତାକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ବେଳେ ଆଜି ପୁଣି ଲୋକଲୋଚନକୁ ଆସିଛନ୍ତି । ତେବେ ଲାଠୋର ଥାନାରେ କାର୍ଯ୍ୟରତ ପୋଲିସ ଡ୍ରାଇଭର ଦିବାକର ସେଠ ତାଙ୍କ ପତ୍ନୀ ଓ ତାଙ୍କ ଝିଅକୁ ନେଇ ଗତ ସନ୍ଧ୍ୟା ସମୟରେ ଏକ ବାଇକ ଯୋଗେ ପାଟଣାଗଡରୁ ଘସିଏନ ଅଭିମୁଖେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ବୋଲେରୋ ପିକ୍ଅପ୍ ଗାଡି ପାଟଣାଗଡ ତମିଆ ଛକଠାରେ ସେମାନଙ୍କୁ ଧକ୍କା ଦେଇ ଫେରାର ମାରିଥିଲା । ଫଳରେ ଦିବାକରଙ୍କ ସହ ତାଙ୍କ ପତ୍ନୀ ଓ ତାଙ୍କ ଝିଅ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ଏହି ସମୟରେ ବିଧାୟକ ସରୋଜ କୁମାର ମେହେର ତମିଆ ସ୍କୁଲର ବାର୍ଷିକୋତ୍ସବରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଏହି ତିନି ଜଣ ଗୁରୁତରଙ୍କୁ ଦେଖି ସଙ୍ଗେ ସଙ୍ଗେ ନିଜେ ଯାଉଥିବା ଗାଡିରେ ଚିକିତ୍ସା ପାଇଁ ପାଟଣାଗଡ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ । ତେବେ ବିଧାୟକଙ୍କ ଏହି ମହାନତା ପାଇଁ ଅଂଚଳରେ ତାଙ୍କର ପ୍ରଶଂସା କରିଛନ୍ତି ।