ଘର ଭାଙ୍ଗି ବୃଦ୍ଧଙ୍କ ସମେତ ମା ଓ ଝିଅ ଆହତ

0 65

ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରୁଗୁଡା ଗ୍ରାମର ସାଇବାଣୀ ମାଳୀ ବୟସ ପ୍ରାୟ ୩୦ବର୍ଷ । ପିଲା ଛୁଆ ୩ ସାଙ୍ଗରେ ୬୦ ବର୍ଷ ବୟସର ଶ୍ୱଶୁର । ବୟସର ପ୍ରାରମ୍ଭରେ ଦଇବର ଦାଉ ଯୋଗୁଁ ଗତ ଜାନୁଆରୀ ମାସରେ ସ୍ୱାମୀ ହଠାତ୍‌ ଉଚ୍ଚ ରକ୍ତଚାପରେ ଆରପାରିକୁ ଚାଲିଗଲେ । ସ୍ୱାମୀ ହିଁ ଥିଲେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ସେ ଚାଲିଯିବା ପରେ ପରିବାର ପ୍ରତିପୋଷଣର ଦାୟିତ୍ୱ ସାଇବାଣୀ ଉପରେ । ବଡ଼ ଝିଅ ୬ ବର୍ଷ, ମଝିଆ ପୁଅ ୩ ବର୍ଷ ଓ ସାନ ପୁଅକୁ ୭ ମାସ ଚାଲିଛି । ପରିବାର ପୋଷଣ ପାଇଁ ସାଇବାଣୀ ମୁଣ୍ଡରେ ମୁଢ଼ି ଲିଆ ଧରି ଗାଁ ଗାଁ ବୁଲି ବିକ୍ରି କରି ଯାହା ମିଳେ ପରିବାର ଦୁଃଖେ ସୁଖେ ଚଳି ଯାଏ । ସ୍ୱାମୀ ଆରପାରିକୁ ପାଞ୍ଚ ମାସ ହେଲା ଚାଲିଯାଇଥିଲେ ସୁଦ୍ଧା ପ୍ରଶାସନ ତରଫରୁ ବିଧବା ଭତ୍ତା ମିଳି ପାରିନାହିଁ । ହେଲେ ଦଇବର ଦାଉ ଗତକାଲି ଘରେ ବସି ଛୁଆକୁ ଖୁଆଉ ଥିବା ସମୟରେ ଘର ଭାଙ୍ଗି ପଡ଼ିଥିଲା, ସେଥିରେ ସାଇବାଣୀକୁ ଜୋର୍‌ରେ ଆଘାତ ଲାଗି ଅଚେତ ହୋଇଯାଇଥିଲେ । ସାହି ପଡିଶା ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଛୋଟ ପୁଅ ମଧ୍ୟ ଅଳ୍ପ ଆହତ ହୋଇଛି । ବର୍ତ୍ତମାନ କାଳ ବୈଶାଖୀ ଯୋଗୁଁ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯିବା ଯୋଗୁଁ ସେ ବାସହରା ହୋଇଯାଇଛନ୍ତି । ଗ୍ରାମବାସୀ ସାଇବାଣୀଙ୍କ ସାହାଯ୍ୟ ନିମନ୍ତେ ପ୍ରଶାସନକୁ ନିବେଦନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

six − 4 =