ନିୟମଗିରି ଅଞ୍ଚଳରେ ଲାଗିଲା ମାଓ ବିରୋଧୀ ପୋଷ୍ଟର,ଡଙ୍ଗରିଆ ମହିଳାଙ୍କୁ ନିର୍ଯାତନା ଅଭିଯୋଗ

0 68

ରାୟଗଡା: ରାୟଗଡ଼ା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ନିୟମଗିରି ପାହାଡର ପାର୍ସାଲି ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରର କାନ୍ଥରେ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରରେ ମାଓବାଦିମାନେ ନୀୟମଗିରି ଅଞ୍ଚଳର ମହିଳା ମାନଙ୍କୁ ମାଓ ସଂଗଠନରେ ସାମିଲ୍‌ କରି ନିରୀହ ଆଦିବାସୀ ଡଙ୍ଗୀରିଆମାନଙ୍କ ସରଳତାର ସୁଯୋଗ ନେଇ ଝିଅ ବହୁଙ୍କ ଇଜ୍ଜତ ସହିତ ଖେଳଖେଳୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ କିଛି ନାବାଳିକା ଝିଅମାନଙ୍କୁ ମାଓ ସଂଗଠନରେ ସାମିଲ କରି ଯୌନ ଅତ୍ୟାଚାର କରି ଗର୍ଭନଷ୍ଟ କରିଛନ୍ତି । ଛତିଶଗଡ଼ ଅଞ୍ଚଳର ଲକ୍ଷ୍ମୀ ନାମକ ଜଣେ କ୍ୟାଡ଼ରକୁ ଗର୍ଭବତୀ କରି ଛାଡିଦେଇଥିଲେ ଜାହାଫଳରେ ଉକ୍ତ ଲକ୍ଷ୍ମୀ ର ୧୩ ବର୍ଷର ଝିଅ ଲାଖପଦର ଗ୍ରାମରେ ଅନାଥ ଭାବେ ରହୁଛି । ଏହାସହ ଲାଖପଦର ଗ୍ରାମର ପାର ଶିକକା, ମିଞ୍ଜାଳି ଶିକକା, କୁର୍ସୁମୁହି ଗ୍ରାମର ପଦ୍ମା ଶିକକା ଜିଏକି ଏବେ ୬ମାସର ଗର୍ଭବତୀ ଅଛନ୍ତି । ସଂଗଠନରୁ ତଡାଖାଇ ବିଭିନ୍ନ ଗ୍ରାମରେ ଭିକ୍ଷାମାଗି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ସଭ୍ୟ ସମାଜରୁ ଆମ ସଂଗଠନର ନେତ୍ରୃତ୍ୱ ନେଉଥିବା ଲିଙ୍ଗରାଜ ଆଜାଦ ମାଓବାଦୀ ମାନଙ୍କୁ ପ୍ରସୟ ଦେଉଛନ୍ତି । ନିୟମଗିରି ନେତା ଲଦଶିକକା, ଡ୍ରିଞ୍ଜୁ କୁର୍ସିକା, ସୋମ୍ବାରୁ ଶିକକା ମାଓବାଦୀମାନଙ୍କ ସହ କୌଣସି ସମ୍ପର୍କ ନାହିଁ କହୁଥିବା ବେଳେ ନିୟମଗିରି ଅଞ୍ଚଳର ଡଙ୍ଗରିଆ ଝିଅମାନେ ମାଓ ସଂଗଠନରେ ସାମିଲ ହେଲେ କେମିତି ? ସେହି ସମୟରେ ନିୟମଗିରିର ଉକ୍ତ ଡଙ୍ଗରିଆ ନେତାମାନେ ମାଓବାଦୀମାନଙ୍କୁ ମନା କରିପାରିବେ କି? ଆମ ମାନବାଧିକାର ଅନୁଷ୍ଠାନକୁ ମଧ୍ୟ ଅନୁରୋଧ କରୁଛୁ ଡଙ୍ଗରିଆ ଜନଜାତିକୁ ରକ୍ଷାକରିବା ପାଇଁ ଏହି ଧ୍ୱଂସକାରୀ ମାଓବାଦୀ ଓ ଧଳାହାତୀଙ୍କୁ ଏହି ଏରିଆରେ ପ୍ରବେଶ କରିବାପାଇଁ ବାରଣ କରନ୍ତୁ ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି । ଶେଷରେ ସଚେତନ ଡଙ୍ଗରିଆ ଜୁବପରିସଦ, ନିୟମଗିରି ସୁରକ୍ଷା ସମିତି ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି ।

hiranchal ad1
Leave A Reply

Your email address will not be published.

six − one =