ଗଜପତି : ନକଲି ସୁନା ବନ୍ଧକରଖି ଋଣ ନେଇ ୧୧ ଜଣ ଅଭିଯୁକ୍ତଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ବ୍ୟାଙ୍କ ଅଫ ଇଣ୍ଡିଆର ପାରଳାଖେମୁଣ୍ଡି ଶାଖା ବ୍ୟାଙ୍କ ଦ୍ୱାରା ଅନୁମୋଦିତ ସୁନାରୀକୁ ହାତ କରି ପ୍ରାୟ ୪୦ ଲକ୍ଷ ୭୫ ହଜାର ଉକ୍ତ ଅଭିଯୁକ୍ତମାନେ ଟଙ୍କା ଋଣ ନେଇଥିଲେ । ବ୍ୟାଙ୍କର ଯାଞ୍ଚରେ ଧରା ପଡିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ୧୨ ଜଣକ ନାମରେ ମାମଲା ରୁଜୁ କରି ୧୧ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ପାରଳାଖେମୁଣ୍ଡି ମଡେଲ ପୋଲିସ ଥାନା ଅଧିକାରୀ ବାବୁଲି ନାୟକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।