ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜଗନ୍ନାଥ ମନ୍ଦିରରେ ଆଜି ମାଘ ପୂର୍ଣ୍ଣିମା ହୋଇଥିବାରୁ ଠାକୁରଙ୍କ ଗଜ ଉଦ୍ଧାରଣ ବେଶ ଦେଖିବା ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ମାଘ ପୂର୍ଣ୍ଣିମା ହୋଇଥିବାରୁ ଆଜି ସକାଳୁ ଭକ୍ତମାନେ ଧୂପ, ଦୀପ, ନଡ଼ିଆ, କଦଳୀ ଧରି ଠାକୁରଙ୍କ ପୂଜାର୍ଚ୍ଚନା କରିବା ସହ ଠାକୁରଙ୍କ ଦର୍ଶନ କରିଥିଲେ । ମନ୍ଦିର ପରିସରରେ ହରି ନାମ ସଂକୀର୍ତ୍ତନ ହେବା ସହ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ସନ୍ଧ୍ୟା ସମୟରେ ଆଳତି ଦର୍ଶନ ସକାଶେ ଆଖପାଖ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି ।