ମହାପ୍ରଭୁଙ୍କ ଦର୍ଶନ କଲେ ବିଜୟ ପଟ୍ଟନାୟକ

0 67

ପୁରୀ : କଂଗ୍ରେସ ଦଳରେ ଯୋଗ ଦେବା ପରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେ ପ୍ରଥମେ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ପାଖରେ ପହଞ୍ଚିବା ପରେ ପୁରୀର କଂଗ୍ରେସ କର୍ମୀମାନେ ପୁଷ୍ପ ଗଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ସେ ଶ୍ରୀମନ୍ଦିର ସିଂହ ଦ୍ୱାର ସମୂଖରେ ସଷ୍ଟାଙ୍ଗ ପ୍ରଣିପାତ ହୋଇ ମହାପ୍ରଭୁଙ୍କୁ ପ୍ରଣାମ କରିଥିଲେ । ପରେ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରି ବାଇଶି ପାହାଚ ଦେଇ ଶ୍ରୀ ମନ୍ଦିରକୁ ପ୍ରବେଶ କରିଥିଲେ । ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରି ଓଡ଼ିଶାବାସୀଙ୍କ ସଫଳତା, ଉନ୍ନତି ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ । ତେବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତର ଦେଇ ସେ କହିଥିଲେ ଦେଶରେ ଓଡିଶା ଏକ ଗରିବ ରାଜ୍ୟ ବୋଲି ଅପ ଖ୍ୟାତି ଅର୍ଜନ କରିଛି । ତେବେ ଓଡ଼ିଶାକୁ ଏକ ଉନ୍ନତ ରାଜ୍ୟ ଗଠନ ନେଇ ସେ କାର୍ଯ୍ୟ କରିବେ । ଏ ନେଇ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଆସିଥିବା କହିଥିଲେ । ଓଡ଼ିଶା ପାଇଁ ଏକ ନିର୍ଦ୍ଦିଷ୍ଟ ଭିଜନ ରଖି କାର୍ଯ୍ୟ ହେବା ଉଚିତ୍‌ । ଏବେ କେବଳ ବିଜେଡ଼ି ସରକାର ଭୋଟ ସର୍ବସ୍ୱ ରାଜନୀତି କରୁଛ଼ି । କିନ୍ତୁ ଓଡ଼ିଶାକୁ ଉନ୍ନତି କରିବା ପାଇଁ ଚିନ୍ତା କରିବାର ବେଳ ଆସିଛି । ସେ ଏକ ନିର୍ଦ୍ଦିଷ୍ଟ ଭିଜନ ନେଇ ଓଡ଼ିଶା ବାସୀଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସେହିପରି ବିଜେଡି ଓଡ଼ିଶାରେ ବିରୋଧି ଶୂନ୍ୟ କରି ଦେଇଥିବା ନେଇ ଯେଉଁ କଥା କହଛ଼ି ସେ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜୟ ପଟ୍ଟନାୟକ । ଓଡ଼ିଶାରେ ମହାପ୍ରଭୁ ଅଛନ୍ତି । ତାଙ୍କରି ଇଚ୍ଛାରେ ନିଶ୍ଚିତ ପରିବର୍ତ୍ତନ ଆସିବ । ଲୋକଙ୍କ ମନ ପରିବର୍ତ୍ତନ ହେବ । ପ୍ରକୃତ କଥା ଲୋକ ମାନେ ହୃଦବୋଧ କରି କଂଗ୍ରେସ୍‌କୁ ଓଡ଼ିଶା ବାସୀ ସମର୍ଥନ କରିବେ ବୋଲି ବିଜୟ ପଟ୍ଟନାୟକ ଆଶା ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

three + six =