ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା କୁଞ୍ଜ ଛକ ନିକଟରେ ଗତକାଲି ସୋନପୁର ପୋଲିସ ଛତିଶଗଡ଼କୁ ଗଂଜେଇ ଚୋରା ଚାଲାଣ କରୁଥିବା ଏକ ରାକେଟରେ ଜଣେ ମହିଳାଙ୍କ ସମେତ ତିନି ଜଣ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏମାନଙ୍କ ପାଖରୁ ବାଇକ ସିଜି୧୩ୟୁ ଏଚ୍୨୫୯୭ ଓ ଓଡ଼ି ୩୧ସି ୫୬୩୯ ନମ୍ବର ର ୨ ଗୋଟି ବାଇକ ରୁ ୨୧.୨୦୦ଗ୍ରାମ ଗଞ୍ଜେଇ, ଗୋଟାଏ ଦେଶୀ ପିସ୍ତଲ, ୧ ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟାଏ ମାଗାଜିନ ଉଦ୍ଧାର କରିଥିବା ବିଷୟ ଆଜି ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡାଙ୍କ ଉପସ୍ଥିତିରେ ସୋନପୁର ଥାନାରେ ହୋଇଥିବା ଏକ ପ୍ରେସମିଟରେ ସୂଚନା ମିଳିଛି । ଏହି ରାକେଟରେ ମନମୁଣ୍ଡା ଅଞ୍ଚଳର ରାଧା ଚରଣ ମହାଲିଙ୍ଗ ଓ ରାଧେଶ୍ୟାମ ପଧାନଙ୍କ ସମେତ ମୁଖ୍ୟ ଆସାମୀ ଦୁଇ ଜଣ ଛତିଶଗଡ଼ ଅଞ୍ଚଳର ଗାୟତ୍ରୀ ସିଦର ଓ ସାହିଲ ସାହୁ ବୋଲି ଜଣାପଡିଛି । ଏମାନେ ଚାରି ଜଣ ମନମୁଣ୍ଡା ପଟୁ ସୋନପୁର ରାସ୍ତା ଦେଇ ଆସୁଥିବା ବିଷୟ ପୋଲିସ କୌଣସି ସୂତ୍ରରୁ ଖବରପାଇ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଏମାନଙ୍କୁ ସନ୍ଦେହରେ ଅଟକାଇଥିଲେ ବୋଲି ଇନକ୍ୱାରୀ ଅଫିସର ସସ୍ମିତା ଭୁଟିଆଙ୍କ ଠାରୁ ପ୍ରକାଶ । ଆଜିର ଏହି ପ୍ରେସମିଟରେ ଏସପି ଶ୍ରୀ ପଣ୍ଡାଙ୍କ ସମେତ ଏସ୍ଡ଼ିପିଓ ପୁଷ୍ପାଞ୍ଜଳୀ ନିଙ୍ଗୀ ଓ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।