ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ

0 105

ଘୁ.ଉଦୟଗିରି: ବାଲିଗୁଡ଼ା ଠାରୁ ବ୍ରହ୍ମପୁର ଯାଉଥିବା ବେଳେ ଶ୍ରୀକଲା ଘାଟିରେ ଓଡି ୦୭ ଏ ଡି ୦୬୯୩ ନମ୍ବର ହୋଣ୍ଡା ୟୁନିକର୍ନ ଗାଡ଼ିରେ ଦୁଇଜଣ ନିଜ ଗ୍ରାମ ବ୍ରହ୍ମପୁର ଯାଉଥିବା ବେଳେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଦ୍ୱାରା ଶ୍ରୀକଲା ଘାଟିର ରାସ୍ତା ମଝିରେ ରଖାଯାଇଥିବା ବିଦ୍ୟୁତ୍‌ ଖୁଣ୍ଟରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ତେବେ ଘୁ ଉଦୟଗିରି ଓପିଟିସିଏଲ୍‌ ପକ୍ଷରୁ ବିଦ୍ୟୁତ୍‌ କାମ କରୁଥିବା ବେଳେ ରାସ୍ତାରେ କୌଣସି କାରଣରୁ ବିଦ୍ୟୁତ୍‌ ଖୁଣ୍ଟ ରଖିଥିଲେ, ସେହି ସମୟରେ ଭାସ୍କର ପଟ୍ଟନାୟକ (୫୫) ଓ ମନିକଣ୍ଟା ରେଡ୍ଡୀ (୨୨) ଆସୁଥିଲେ । ଦୁଇ ବାଇକ୍‌ ଆରୋହୀ ରାସ୍ତା ମଝିରେ ପଡ଼ିଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଦେଖି ନ ପାରି ଦୁର୍ଘଟଣା ଶିକାର ହୋଇଥିଲେ । ଫଳରେ ଭାସ୍କର ପଟ୍ଟନାୟକଙ୍କୁ ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ କାର୍ଯ୍ୟରତ ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ନିଜ ଗାଡ଼ିରେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ଭାସ୍କର ପଟ୍ଟନାୟକଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟଜଣେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।ଏଠାରେ ପ୍ରଶ୍ନ ଉଠେ ବିଦ୍ୟୁତ୍‌ କର୍ମଚାରୀ କିପରି କାହାକୁ ମଧ୍ୟ ଗାଇଡ ପାଇ ନ ରଖି ରାସ୍ତାରେ ବିଦ୍ୟୁତ୍‌ ଖୁଣ୍ଟ ରଖି କାମ କରୁଥିଲେ ? ବିଦ୍ୟୁତ୍‌ ଖୁଣ୍ଟ ନେବା ସମୟରେ କାହିଁକି ଉଭୟ ପାର୍ଶ୍ୱରେ ସୂଚନା ଦିଆଗଲା ନାହିଁ,ଯେହେତୁ ଦୁର୍ଘଟଣା ଘଟି ଥିବା ସ୍ଥାନରୁ ଘାଟି ୧୦୦ ମିଟର ଦୂରରେ ରହିଛି ତେବେ ଗାଡି ଉଠିବା ବେଳେ ଓ ଗଡ଼ିବା ବେଳେ ଗାଡି ସ୍ପିଡ ହେବା ସ୍ୱାଭାବିକ ତେବେ କାହିଁକି ଉକ୍ତ ବିଭାଗ ସାବଧାନତା ଅବଲମ୍ବନ କଲେ ନାହିଁ ? ବର୍ତ୍ତମାନ ମୃତ ବ୍ୟକ୍ତିଙ୍କ ନିମନ୍ତେ କିଏ ଉତ୍ତର ଦାୟୀ ରହିବ ? ବର୍ତ୍ତମାନ ସୁଦ୍ଧା ବିଭାଗୀୟ କର୍ମଚାରୀ ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ନ ଥିବା ବେଳେ ମୃତକଙ୍କ ପରିବାରକୁ ଖବର ଦିଆଯାଇଛି । ମୃତକ ଜଣକ ବ୍ରହ୍ମପୁର ସହରର ହାଉସିଂ ବୋର୍ଡ ଅଞ୍ଚଳର ହେଇଥିବା ଜଣାପଡିଛି । ତେବେ ପରିବାର ଲୋକ ଘଟଣା ସ୍ଥଳକୁ ପହଞ୍ଚି ନ ଥିବା ବେଳେ ମୃତ ବ୍ୟକ୍ତିଙ୍କ ଶବକୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ଶବ ଗୃହ ଠାରେ ରଖାଯାଇଥିବା ବେଳେ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

fifteen − thirteen =